ମାଲକାନଗିରି : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟ ମାନେ ବିଗତ ଏକ ମାସ ଧରି ସଚେତନତା କାର୍ଯ୍ୟକ୍ରମକୁ ହାତକୁ ନେଇ ଗାଁ ଗାଁ ବୁଲି କୋଭିଡ19 ସଚେତନତା ରଥ ମାଧ୍ୟମରେ ଲୋକଙ୍କୁ ସଚେତନତା କରିଆସୁଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ସଂଘକୁ ଜିଲ୍ଲା ପ୍ରଶାସନ, ମାଲକାନଗିରି ବଣିକ ସଙ୍ଘ ବହୁମାତ୍ରାରେ ସାହାର୍ଯ୍ୟ ଓ ସହଯୋଗ କରିଆସୁଥିଲେ। ଏକ ମାସ ଧରି ଜିଲ୍ଲାର ୭ ଟି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଛୋଟ ଛୋଟ ଗାଁ ବୁଲି ସଚେତନ କରିବା ପରେ ଆଜି ମାଲକାନଗିରି ସଦର ମହକୁମାର ହନୁମାନ ମନ୍ଦିର ଠାରେ କୋଭିଡ-19 ସଚେତନ ରଥକୁ ସମାପନା କରାଯାଇଥିଲା।ଏହି ସମାପନା କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ କୁମାର ନନ୍ଦ, ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ, ଆଦର୍ଶ ଥାନା ଅଧିକାରୀ ରାମ ପ୍ରସାଦ ନାଗ, ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ଓ ସଙ୍ଘର ସଦସ୍ୟସଦସ୍ୟା ମାନେ ଉପସ୍ଥିତ ଥିଲେ। ଉତ୍କଳ ସାମ୍ବାଦିକ ସଙ୍ଘର ଏହି କାର୍ଯ୍ୟକ୍ରମକୁ ଦେଖି ମାଲକାନଗିର ଠାରେ ଥିବା ମା ଘର ସଭାପତି ଓ ସଦସ୍ୟା ମାନେ ଉପସ୍ଥିତ ରହି କରୋନା କାଳରେ ସଚେତନତା କାର୍ଯ୍ୟ ସମ୍ପାଦନ କରିଆସୁଥିବା ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ସଂମ୍ମାନୀତ କରିଥିଲେ।
Sign in
Sign in
Recover your password.
A password will be e-mailed to you.