ବାହା ଭୋଜି ଚାଲିଥିଲା, ପହଞ୍ଚିଗଲେ ପ୍ରେମିକା

0 2

ନୟାଗଡ଼(ବିଶ୍ୱଜିତ ନାୟକ) – ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ବାପୁନୀ ନାୟକ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହିତ ଦୀର୍ଘ ଦିନ ଧରି ପ୍ରେମ ସଂପର୍କ ସ୍ଥାପନ କରିଆସୁଥିଲେ ଏବଂ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ମଧ୍ୟ ରଖିଆସୁଥିଲେ । ଯୁବତୀଙ୍କ କହିବା ଅନୁଯାୟୀ ପ୍ରାୟ ଏକ ମାସ ହେବ ପ୍ରେମିକ ବାପୁନୀ ନାୟକ ତାଙ୍କର ଫୋନ୍ ଉଠାଇ ନଥିଲେ । କୌଣସି ଏକ ସୂତ୍ରରୁ ଖବର ପାଇଥିଲେ ପ୍ରେମିକ ବାପୁନୀ ନାୟକର ବିବାହ ସାରିଯାଇଛି । ତେବେ ସୋମବାର ସଂଧ୍ୟାରେ ପ୍ରେମିକ ବାପୁନୀ ନାୟକର ବିବାହ ଭୋଜି ଚାଲିଥିବା ବେଳେ ହଠାତ ଯୁବତୀ ଜଣକ ପହଞ୍ଚି ଯାଇଥିଲେ ଏବଂ ପ୍ରେମିକ ବାପୁନୀ ନାୟକର ଘର ଆଗରେ ଧାରଣାରେ ବସିଥିଲେ ।ଯାହାକୁ ନେଇ ତେନ୍ତୁଳିଆପଲ୍ଲୀ ଗ୍ରାମରେ ତୁମୁଳ କାଣ୍ଡ ଘଟିଥିଲା ।ଏହି ଘଟଣା ଥାନାରେ ଯାଇ ପହଞ୍ଚି ଥିଲା ଏବଂ ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକ ବାପୁନୀ ନାୟକ ଓ ପ୍ରେମିକା ଯୁବତିଙ୍କୁ ଥାନାକୁ ଆଣିଥିଲା । ଯୁବତିଙ୍କର ଆଭିଯୋଗକୁ ନେଇ ଇଟାମାଟି ଥାନାରେ ଏକ କେସ ରୁଜୁକରାଯାଇଛି ।

Leave A Reply

Your email address will not be published.