ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରାଯିବ : ମନ୍ତ୍ରୀ ଡ. ସାହୁ

0 2

Odisha Minister Asks Students to Remain Prepared for Semesters

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରାଣୀମାନଙ୍କ ମଙ୍ଗଳ ସାଧନ ଓ ସେମାନଙ୍କ ପ୍ରତି ହେଉଥିବା ନିଷ୍ଠୁର ଆଚରଣରୁ ସୁରକ୍ଷା ପ୍ରଦାନ କରିବା ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଏହାକୁ ଅଧିକ ସଶକ୍ତ କରିବା ସହ ଭିତ୍ତିଭୂମିର ବିକାଶ କରାଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା 

ଆଜି ପୂର୍ବାହ୍ନର ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ପୁନର୍ଗଠିତ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ଯେ ପ୍ରାଣୀମାନଙ୍କ ଉତ୍ପୀଡ଼ନ ଓ ସେମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଅମାନବୀୟ ଓ ବର୍ଜନୀୟ | ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ ସରକାରଙ୍କ ପକ୍ଷରୁ ପ୍ରଣୟନ କରାଯାଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ଅନୁପାଳନ ଓ ଯୋଜନାଗୁଡ଼ିକର ସଠିକ ରୂପାୟନ ଦିଗରେ ବୋର୍ଡ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଉଛିା ପ୍ରାଣୀ ଚିକିତ୍ସା ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯିବା ସହିତ ପାଟ୍ରୋଲିଂ ଓ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଏଥି ସହିତ ବହୁଳ ପ୍ରଚାର ଓ ପ୍ରସାର ଏବଂ ଗଣମାଧ୍ୟମ ଜରିଆରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ 

ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ କହିଲେ ଯେ ପୀଡ଼ିତ ପ୍ରାଣୀମାନଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ହେଲପ୍ଲାଇନ୍ ନମ୍ବର ଓ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସର ପ୍ରଚଳନର ବ୍ୟବସ୍ଥା କରାଯାଉଛିା ବୈଠକରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶକ ତଥା ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ସଦସ୍ୟ ସଚିବ ଶ୍ରୀ ସ୍ମୃତିରଞ୍ଜନ ପ୍ରଧାନ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ପକ୍ଷରୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରି କହିଲେ ପେଟ ସପ୍ ଓ ଡଗ୍ ବି୍ରଡିଂ ବ୍ୟବସାୟିକ ଅନୁଷ୍ଠାନଗୁଡ଼ିକର ପଂଜୀକରଣ ଓ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡଠାରୁ ସାର୍ଟିଫିକେଟ୍ ହାସଲ ବ୍ୟବସ୍ଥାକୁ କଡ଼ାକଡ଼ି ଅନୁପାଳନ ଦିଗରେ ପଦକ୍ଷେପ ନିଆଯାଇଛିା ବୋର୍ଡ ପକ୍ଷରୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରୁଥିବା ବିଭିନ୍ନ ସ୍ଵେଛାସେବୀ ଅନୁଷ୍ଠାନଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରାଯିବା ସହିତ ଅଧିକ ସଂଖ୍ୟକ ଅନୁଷ୍ଠାନ ଗଠନ ଦିଗରେ ପ୍ରୋତ୍ସାହିତ କରାଯାଉଛିା ବୈଠକରେ ଯୋଗଦେଇଥିବା ସଦସ୍ୟମାନେ ଜିଲ୍ଲାସ୍ତରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବା ଓ ପ୍ରାଣୀ ମଙ୍ଗଳ ଆଇନ ସଂପର୍କରେ ଅଭିଜ୍ଞ ନିରୀକ୍ଷକ ଓ କର୍ମଚାରୀଙ୍କୁ ଯାଞ୍ଚ ବ୍ୟବସ୍ଥାରେ ନିୟୋଜିତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲୋ ଏଥିସହିତ ଜିଲ୍ଲାସ୍ତରରେ ଥିବା ସୋସାଇଟି ଫର ପ୍ରିଭେନ୍ସନ୍ ଟୁ ଆନିମଲସକୁ  ଅଧିକ ସୁଦୃଢ଼ କରାଯିବା ସହରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡରେ ପୂର୍ଣ୍ଣକାଳୀନ ଅଧିକାରୀ ଓ କର୍ମଚାରୀ ନିୟୋଜନ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲାା ବିଭିନ୍ନ ଗୋଶାଳା ଏବଂ ପ୍ରାଣୀ ମଙ୍ଗଳ ଅନୁଷ୍ଠାନଗୁଡ଼ିକୁ ଦିଆଯାଉଥିବା ଅନୁଦାନର ଅଡିଟ୍ ବ୍ୟବସ୍ଥା ଉପରେ ସଭ୍ୟମାନେ ଗୁରୁତ୍ୱ ଦେଇଥିଲୋ 

ବୈଠକରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିଶନର ଶ୍ରୀ ରାଜ କୁମାର ଶର୍ମା, ମୋରଡ଼ା ବିଧାୟକ ଶ୍ରୀ ରାଜ କିଶୋର ଦାସ, ଓଡ଼ିଶା ଭେଟେରିନାରୀ କାଉନ୍ସିଲର ଡ. ବଳରାମ ମିଶ୍ର, ଭାରତୀୟ ଗୋ-ସମ୍ବର୍ଦ୍ଧନା ଓ ଅନୁସନ୍ଧାନ ସଂସ୍ଥାର ଶ୍ରୀ ପ୍ରଫୁଲ୍ଲ ବିଶୋଇ, ଗୁରୁ ଗୋବିନ୍ଦ ଗୋସେବା ଆଶ୍ରମର ଶ୍ରୀ ଗୋପୀନାଥ କରଙ୍କ ସମେତ ଭୁବନେଶ୍ୱର ମହାନଗର ନିଗମର ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲୋ 

 

Leave A Reply

Your email address will not be published.