କାଳିଆପଟା କୋଭିଡ୍ କେର ସେଣ୍ଟେରରେ ଲାଗିଲା ଇସିଜି ଓ ଏକ୍ସ ରେ  ମେସିନ 

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା  ମୋହନା ବ୍ଲକ ଅନ୍ତର୍ଗତ କାଳିଆପଟା କୋଭିଡ୍ କେର ସେଣ୍ଟରରେ କରୋନା ରୋଗୀଙ୍କ ସୁବିଧା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ପ୍ରଚେଷ୍ଟାରେ ଇସିଜି ଓ଼ ଏକ୍ସରା ମେସିନ  ସ୍ଥାପନ କରାଯାଇଛି। 

ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ଯୋଗ ଦେଇଥିବା ବେଳେ ମୋହନା ବିଡ଼ିଓ   ସାର୍ଥକ ସୌରଭ ମହାପାତ୍ର, ତହସିଲଦାର ସାରଦା ପ୍ରଶନ୍ନ ପଣ୍ଡା , ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡାକ୍ତର ନମିତା ପଣ୍ଡା , କୋଭିଡ୍ କେନ୍ଦ୍ର ଅଧିକାରୀ ଏମ. ଶିବରାମ ଉପସ୍ଥିତ ରହିଥିଲେ। ଡାକ୍ତର ଶିବରାମ କହିଛନ୍ତି ଜିଲ୍ଲାପାଳଙ୍କ ଉଦ୍ୟମରେ ଦୁଇଟି ମେସିନ ମିଳିଥିବା ବେଳେ ପାଞ୍ଚଗୋଟି ବିନା ସିଲିଣ୍ଡରର ଅମ୍ଳଜାନ ଯନ୍ତ୍ର ଦେଇଛନ୍ତି ଯାହାକି ଦୁର୍ଗମ ଅଞ୍ଚଳରେ ପାଣି ପକାଇ ବାହାରର ଅମ୍ଳଜାନକୁ ସଂଗୃହିତ କରି କାମରେ ଲଗାଇ ପାରିବେ । ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ମୋହନା ଅଞ୍ଚଳବାସୀ ଭୁୟସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.