ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ମାସ୍କ ବାଣ୍ଟିଲେ ଆଶା ଓ ଅଙ୍ଗନବାଡି କର୍ମୀ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପମ ସାହାଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଓ ସମନ୍ନିତ ଶିଶୁ ବିକାଶ ଦ୍ଵାରା ମୋହନାର ୩୯ଟି ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଘର ଘର ବୁଲି ସଚେତନତା କରିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ଥିଲେ।  ସେହିପରି ମୋହନା ବ୍ଲକର ପାଣିଗଣ୍ଡା ପଞ୍ଚାୟତର କିଛି ଗ୍ରାମ ବୁଲି ଲୋକଙ୍କୁ ମାସ୍କ ବାଣ୍ଟିବା ସହ ସେମାନଙ୍କୁ ସାମାଜିକ ଦୁରତା , ସାବୁନରେ ବାରମ୍ଵାର ହାତ ଧୋଇବା , ବାହାରୁ କୌଣସି ଲୋକ ଗ୍ରାମକୁ ଆସିଲେ ସେମାନଙ୍କୁ ସାବୁନରେ ହାତ ଧୋଇବା ପାଇଁ କହିବା ସହ ସଚେତନ କରାଇଥିଲେ। ଯଦି ଗ୍ରାମରେ କୌଣସି ଲୋକଙ୍କୁ ଜ୍ଵର , କାଶ, ଥଣ୍ଡା ହେଲେ ତୁରନ୍ତ ନିକଟରେ ଥିବା କୋଭିଡ଼ ହେଲ୍ପ ଲାଇନ ନମ୍ବରକୁ ଫୋନ କରି ପରାମର୍ଶ ନେବା ପାଇଁ ସଚେତନ କରାଇଥିଲେ । 

ପ୍ରଥମେ ପାଣିଗଣ୍ଡା ଗ୍ରାମର ପ୍ରତ୍ୟେକ ସାହି ଏବଂ ତୁରାଣୀପାଣି ,କୁଟୁଣିଗଣ୍ଡା , ଆଦି ଗ୍ରାମରେ ସଚେତନ କରାଇଥିଲେ ଆଶାଦିଦି , ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ବୋଲି ସୂଚନା ଦେଇଛନ୍ତି ପାଣିଗଣ୍ଡା ମହିଳା ସ୍ୱାସ୍ଥ୍ୟକର୍ମୀ ପଦ୍ମିନୀ ରଥ ।

Leave A Reply

Your email address will not be published.