ବିଜେପି ଯୁବମୋର୍ଚ୍ଚା ତରଫରୁ ସେବା ଓ ସଚେତନତା କାର୍ଯ୍ୟକ୍ରମ 

0 2

ପଦ୍ମପୁର(ଶାସକପ୍ରଶାସକ)-ବର୍ତ୍ତମାନ ସାରା  ମାନବ ସମାଜ କୁ କରୋନା ସଂକ୍ରମଣର ଚିନ୍ତା ଘାରିଥିବା ବେଳେ ଦିନ କୁ ଦିନ ସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି । ଏଣୁ ଭାରତର ପ୍ରଧାନ ମନ୍ତ୍ରୀ ମୋଦିଜି ଙ୍କ ଅନୁଚିନ୍ତା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ପ୍ରିତେଶ ବହିଦାର ଙ୍କ ନିର୍ଦେଶ କ୍ରମେ ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ବରିକେଲ ପଂଚାୟତର  ଚିତାଖୋଲ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ  ଘର ଘର ବୁଲି ଲୋକଙ୍କୁ  ମାକ୍ସ ବଣ୍ଟନ ଓ ପଲ୍ସ ଅକ୍ସିମିଟର ଏବଂ ଥର୍ମାଲ ତାପମାତ୍ରା ଚେକିଂ ସହ ସଚେତନ କାର୍ଯ୍ୟକ୍ରମ କରାଯାଇଛି l ଯୁବମୋର୍ଚ୍ଚା ସଦସ୍ୟ ମାନେ ଓ ଆଗକୁ ଯୁବମୋର୍ଚ୍ଚ ଯଥା ସମ୍ଭବ ଲୋକଙ୍କ ଘରକୁ ଘର ବୁଲି ଜନ ସଚେତନତା କୁ ବଢ଼େଇବ ଏବଂ ଆଗାମୀ ଦିନରେ ମଧ୍ୟ ସମସ୍ତେ ଏକ ହୋଇ କରୋନା ସହ ଲଢ଼ି ଭାରତକୁ କରୋନା ଠାରୁ ବିଜୟ କରିବାକୁ ପ୍ରୟାସ ଜାରି ରହିବ ବୋଲି ଯୁବନେତା ଲକ୍ଷ୍ମୀକାନ୍ତ ବରିହା ମତବ୍ୟକ୍ତ କରିଛନ୍ତି l ଏଥିରେ ଯୁବନେତା ମଣ୍ଟୁ ପାଣ୍ଡେ ରୁପେନ ପାଣ୍ଡେ ଝସକେତନ ପାଣ୍ଡେ ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ l

Leave A Reply

Your email address will not be published.