ଉପକୂଳରେ ସ୍ଥାୟୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ ଭାରତ ସରକାରଙ୍କ ପଦକ୍ଷେପ -ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହେବ :ଗୋଲକ ମହାପାତ୍ର

0 2

ଭୁବନେଶ୍ୱର : ଆଗାମୀ ଭବିଷ୍ୟତର ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ନିମନ୍ତେ ବିପର୍ଯ୍ୟୟର ସ୍ଥାୟୀ ଶକ୍ତି ଭିତିଭୂମି ନିର୍ମାଣ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟରେ ଅଧିକ ପ୍ରଭାବିତ ହେଉଥିବା ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହେବ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । 

ଓଡ଼ିଶା ପରି ସୁଦୀର୍ଘ ବେଳାଭୂମିକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ମହାପାତ୍ର କୃତଜ୍ଞତା ଜଣାଇଛନ୍ତି ।ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତିକୁ ଆହୁରି ମଜବୁତ୍ କରିବା ପାଇଁ ଉପକୂଳରେ ‘ସାଇକ୍ଲୋନ୍ ରିସାଇଲେଂଟ୍ ଟ୍ରାନ୍ସମିସନ୍’ ଭିତିଭୂମି ସ୍ଥାପନ ପାଇଁ ନିର୍ଦ୍ଦେଶାବଳୀ ଚୂଡାନ୍ତ କରାଯାଇଛି । 

ଅଭିନବ ପ୍ରଯୁକ୍ତିବିଦ୍ୟା ଭିତିକ ସମାଧାନ ମାଧ୍ୟମରେ ବିପତି ପରିଚାଳନା ଏବଂ ରିସ୍କ୍ ମ୍ୟାନେଜମେଂଟରେ ଭାରତ ସରକାର ଅଗ୍ରଣୀ ଭୂମିକା ନେବେ । ମନ୍ତ୍ରଣାଳୟ ଦ୍ୱାରା ଉପକୂଳ ତଟବର୍ତୀ ଅଂଚଳରେ ୨୦ କିମିରୁ ଆରମ୍ଭ କରି ପରବର୍ତୀ ପର୍ଯ୍ୟାୟରେ ୬୦ କିମି ପର୍ଯ୍ୟନ୍ତ ବିଦ୍ୟୁତ ବିତରଣ କମ୍ପାନୀ ଗୁଡିକ ସାଇକ୍ଲୋନ୍ ରିସାଇଲେଂଟ୍ ଭିତିଭୂମି ସ୍ଥାପନ କରିବେ । ଏହାଦ୍ୱାରା ଓଡିଶା ଭଳି ରାଜ୍ୟ ବିଶେଷ ଭାବରେ ଉପକୃତ ହୋଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । 

 

 

Leave A Reply

Your email address will not be published.