ଭୁବନେଶ୍ୱର (ଶାସକ ପ୍ରଶାସକ) ବିଶିଷ୍ଟ ସ୍ତମ୍ଭକାର, ଜଣାଶୁଣା ସାରସ୍ୱତ ବ୍ୟକ୍ତିତ୍ୱ ତଥା ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି “ବରିଷ୍ଠ ସାମ୍ବାଦିକ,ରାଜନୈତିକ ବିଶ୍ଳେଷକ ବସନ୍ତ ଦାସଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ। ଓଡ଼ିଶା ରାଜନୀତିକୁ ନେଇ ତାଙ୍କର ଲମ୍ବା ଅନୁଭୂତି ଆଧାରରେ ସେ ଲେଖିଥିବା ପୁସ୍ତକ ସର୍ବଜନ ଗ୍ରହଣୀୟ ହୋଇଥିଲା।ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।”
Sign in
Sign in
Recover your password.
A password will be e-mailed to you.