ରେଢ଼ାଖୋଲ: ( ଅନିଲ କୁମାର ପୃଷ୍ଟି ) – ଦୁର୍ବୃତ୍ତଙ୍କ ଆତଙ୍କ ରାଜ୍। ଗାଡ଼ି ଅଟକାଇ, ଅତର୍କିତ ଭାବେ ପଥର ମାଡ଼ କରି , ଡ଼୍ରାଇଭର ମାନଙ୍କୁ ଲହୁଲୁହାଣ କରିବା ସହିତ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ କରିଥିଲେ ଯୋଜନା। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥ ରେଢ଼ାଖୋଲ ଥାନା ସୀମା , ସାଧୁ ମୁଣ୍ଡା ନିକଟସ୍ଥ ଘାଟି ରାସ୍ତାରେ କିଛି ଦୁର୍ବୃତ୍ତ ଡକାୟତି ଉଦ୍ୟମ କରି ଚଳନ୍ତା ଟ୍ରକ ଗାଡ଼ି ଉପରକୁ ଟେକାପଥର ମାଡ଼ କରିଥିଲେ। ଯାହା ଫଳରେ , ୩ ଜଣ ଗାଡ଼ି ଡ୍ରାଇଭର ଗୁରୁତର ଆହତ ହୋଇ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ପଛପଟୁ ଅନ୍ୟ ଗାଡ଼ି ଗୁଡିକ ଆସୁଥିବା ଦେଖି ମାରଣାସ୍ତ୍ର ରାସ୍ତାରେ ଛାଡି ଡକାୟତି ଦଳ ଫେରାର ହୋଇଯାଇଥିଲେ। ଏପରି ଘଟଣାକୁ ନେଇ ଗାଡ଼ି ଡ୍ରାଇଭର ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । କୈାଣସି ଗାଡ଼ି ଚାଳକ ଏହି ରାସ୍ତାରେ ଗାଡି ନେଇ ଯାଉନଥିବା ସହ ଦୁର୍ବୃତକୁ ଧରିବା ସହ ସୁରକ୍ଷା ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଶହଶହ ଗାଡି ଅଟକି ରହିଥିଲା। ଘଟଣାସ୍ଥଳକୁ ରେଢ଼ାଖୋଲ ପୋଲିସ ଓ କିଶୋରନଗର ପୋଲିସ ପହଞ୍ଚି ଡ୍ରାଇଭର ମାନଙ୍କୁ ସୁରକ୍ଷା ତଥା ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହି ବୁଝାଇବା ପରେ ରାସ୍ତା ଅବରୋଧ ହଟିଥିଲା । ତେବେ କିଶୋର ନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି
Sign in
Sign in
Recover your password.
A password will be e-mailed to you.