କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ସହ ଆକାଶ ମାର୍ଗରୁ ବାତ୍ୟା ଅଂଚଳ ପରିଦର୍ଶନ କଲେ ବୈଜୟନ୍ତ

0 2

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ  ବୈଜୟନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଷଢଙ୍ଗୀ ଆଜି ଆକାଶ ମାର୍ଗରୁ  ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି।

ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ଉଭୟ ନେତା ବାତ୍ୟା ପ୍ରଭାବିତ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଓ ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ଅଞ୍ଚଳର କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ପରେ ଚାନ୍ଦିପୁର ନିକଟସ୍ଥ ଆଇଟିଆର ପରିସରରେ ଅବତରଣ କରି ସ୍ଥାନୀୟ ଅଞ୍ଚଳର କ୍ଷୟକ୍ଷତିର ଅନୁଧ୍ୟାନ କରିବାସହ ସ୍ଥାନୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଗତକାଲି ଶ୍ରୀଯୁକ୍ତ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ର ବିଭିନ୍ନ ଗାଁ ବୁଲି ଦେଖିବା ସହ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ।

Leave A Reply

Your email address will not be published.