ଓଡ଼ିଶାକୁ ତତ୍କାଳ ୫୦୦ କୋଟି ବାତ୍ୟା ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ 

0 2

ନୂଆଦିଲ୍ଲୀ/ଭୁୁବନେଶ୍ୱର: ତିନି ରାଜ୍ୟରେ ହୋଇଥିବା ୟସ ବିତ୍ପାତ ପରିପ୍ରେକ୍ଷୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷତିଗ୍ରସ୍ତ ତିନି ରାଜ୍ୟ ପାଇଁ  ୧୦୦୦ କୋଟି ଟଙ୍କା ତତ୍କାଳ ସହାୟତା ଘୋଷଣା କରିଥିବା ବେଳେ ତନ୍ମଧ୍ୟରୁ ସର୍ବାଧିକ କ୍ଷତିଗ୍ରସ୍ତ ଓଡ଼ିଶା ପାଇଁ  ୫୦୦ କୋଟି ଟଙ୍କା ବାତ୍ୟା ସହାୟତା ଘୋଷଣା କରିଛନ୍ତି | ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ମଧ୍ୟ ବାକି ୫୦୦ କୋଟି ସହାୟତା ଦିଆଯାଇଛି ।  କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ର ସରକାର ଏକ ଆନ୍ତ ମନ୍ତ୍ରୀ- ମନ୍ତ୍ରୀ ଦଳ ନିୟୋଜିତ କରିବେ ଯାହା ଉପରେ ଅଧିକ ସହାୟତା ଦିଆଯିବ।

‘ୟଶ୍’ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କ୍ଷୟକ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟ ଟିମ୍ ଖବୁ ଶୀଘ୍ର ଓଡ଼ିଶା ଆସିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।  ବୈଠକରେ ପ୍ରଧାନମନ୍ତ୍ରୀ ଓଡିଶା ସରକାରଙ୍କ ପ୍ରସ୍ତୁତି ଏବଂ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକଳାପକୁ ଭୁୟସୀ ପ୍ରଶଂସା କରିଛନ୍ତି | ଓଡିଶା ସରକାରଙ୍କ ସଫଳ ପରିଚାଳନା ଦ୍ୱାରା ସର୍ବନିମ୍ନ ପ୍ରାଣହାନି ଘଟିଛି ବୋଲି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । 

ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଭଦ୍ରକ ଓ ବାଲେଶ୍ୱର ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ବୁଲି କୋଲକତା ଠାରେ ବି ବାତ୍ୟା ସମୀକ୍ଷା କରିଥିଲେ ।

Leave A Reply

Your email address will not be published.