କୋଭିଡ୍ ହସ୍ପିଟାଲର ଆଇ୍.ସି.ୟୁରେ ଅଧିକା ୫ ଗୋଟି ଶଯ୍ୟା , ପାଇପ୍ ଲାଇନ୍ ମାଧ୍ୟମରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିବା ଅଧିକା ୫୩ ଗୋଟି ଶଯ୍ୟା ପ୍ରସ୍ତୁତ : ଜିଲ୍ଲା ପ୍ରଶାସନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରୀ କରୋନାର ଭୟାବହତାକୁ ଆଖିଆଗରେ ରଖି ଗଜପତି ଜିଲ୍ଲା ପ୍ରଶାସନ , ରାଜ୍ୟ ସରକାର , ଓଏଚ୍‌ପିସିଏଲ୍ ( OHPCL) ଏବଂ ହାଇଟେକ୍ ମେଡ଼ିକାଲ୍ କଲେଜର ମିଳିତ ଆନୁକୂଲ୍ୟରେ ଏକ କୋଭିଡ୍ ହସ୍ପିଟାଲ୍ ଆର୍. ସୀତାପୁର ଠାରେ କାର୍ଯ୍ୟରତ ଅଛି। ଯେଉଁଥିରେ କି ୧୦ ଗୋଟି ଆଇ.ସି.ୟୁ (ICU) ଶଯ୍ୟା ଏବଂ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିବା ୩୧ ଗୋଟି ଶଯ୍ୟା କାର୍ଯ୍ୟରତ ଥିଲା । 

କିନ୍ତୁ ବର୍ତ୍ତମାନ ରୋଗୀର ଆବଶ୍ୟକତା ଅନୁସାରେ ଜିଲ୍ଲା ପ୍ରଶାସନ କୋଭିଡ୍ ହସ୍ପିଟାଲର ଆଇ୍.ସି.ୟୁରେ ଅଧିକା ୫ ଗୋଟି ଶଯ୍ୟା ବଢାଇବା ସହ ପାଇପ୍ ଲାଇନ୍ ମାଧ୍ୟମରେ ଅକ୍ସିଜେନ୍ ଯୋଗାଇ ଦିଆଯାଉଥିବା ଅଧିକା ୫୩ ଗୋଟି ଶଯ୍ୟାକୁ  ପ୍ରସ୍ତୁତ କରିଛି । ଯାହାଫଳରେ ରୋଗୀର ଆବଶ୍ୟକତାକୁ ଅତି ସହଜରେ ପୂରଣ କରାଯାଇପାରିବ। 

ଏହାକୁ ମିଶାଇ ସମୁଦାୟ ୧୧୨ ଗୋଟି ବେଡ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଆଇ୍.ସି.ୟୁ ଶଯ୍ୟା (୧୦+୫) ୧୫ଗୋଟି , ଅକ୍ସିଜେନ୍  ଯୋଗାଇ ଦିଆଯାଉଥିବା ପାଇପ୍‌ଲାଇନ୍ ଶଯ୍ୟା (୧୬+୫୩) ୬୯ ଗୋଟି ,  ଅକ୍ସିଜେନ୍ କନ୍‌ସେନ୍‌ଟ୍ରେଟର ଶଯ୍ୟା ୧୩ ଗୋଟି ଏବଂ ସାଧାରଣ ଶଯ୍ୟା (ବି ଟାଇପ୍) ଅକ୍ସିଜେନ୍ ସିଲିଣ୍ଡର  ଥିବା ୧୫ ଗୋଟି  ରହିଛି । 

ଆଗାମୀ ଦିନରେ ରୋଗୀମାନେ ଆବଶ୍ୟକ କରୁଥିବା ଆଇସିୟୁ ଏବଂ ଅମ୍ଳଜାନ  ଯୋଗାଇ ଦିଆଯାଉଥିବା ଶଯ୍ୟା ଜିଲ୍ଲାରେ ଅଭାବ ରହିବ ନାହିଁ। ଏହାର ସଦୁପଯୋଗ ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ଏବଂ ସହଯୋଗ କାମନା କରୁଛି ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।

Leave A Reply

Your email address will not be published.