ମୟୂରଭଞ୍ଜ ଜିଲ୍ଲାର ବାତ୍ୟା ପ୍ରପୀଡ଼ିତ ଲୋକଙ୍କ ନିକଟରେ ପହଞ୍ଚିଲେ ବବି 

0 2

ସ୍ଥିତିର କଲେ ଅନୁଧ୍ୟାନ, ଦେଲେ ସହାୟତାର ନିର୍ଭର ଆଶ୍ୱାସନା

ବାତ୍ୟାଞ୍ଚଳ ବୁଲି ପ୍ରଭାବିତ ଲୋକଙ୍କୁ ବଣ୍ଟନ କଲେ ମାସ୍କ ଓ ଶୁଖିଲା ଖାଦ୍ୟ 

ବାରିପଦା,(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲାର ବାତ୍ୟା “ୟାସ” ତାର ତାଣ୍ଡବ ରଚିଥିବା ବେଳେ ବହୁ ଘର ଭାଙ୍ଗିଥିବା ସହିତ ବଡବଡ ଗଛ ଓ ବିଦ୍ୟୁତ ଖୁଂଟି ଉପୁଡି ଯାଇଥିବାର ଦେଖା ଯାଇଛି । ପ୍ରସାଶନ ପକ୍ଷରୁ ବହୁସଂଖ୍ୟାରେ ତଳିଆ ଅଂଚଳ ତଥା କଚ୍ଚା ଘର ମାନଙ୍କରୁ ଲୋକଙ୍କୁ ନେଇ ବାତ୍ୟା ଆଶ୍ରୟ ସ୍ଥଳିରେ ରଖା ଯାଇଛି । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୭ଦିନ ପାଇଁ ରିଲିଫ ଦେବାକୁ ଘୋଷଣା କରିଛନ୍ତି । ତେବେ ମୟୂରଭଞ୍ଜ ଜିଲ୍ଲାର ବାତ୍ୟା ପ୍ରପିଡିତ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ(ବବି) । ବାରିପଦାରେ ବୁଢ଼ାବଳଙ୍ଗ ତଳବର୍ତ୍ତି ସ୍ଥାନକୁ ଯାଇ ଲୋକମାନଙ୍କ ସହିତ ବାତ୍ୟା ସମୟର ଦୁଃଖ ଦୁର୍ଦଶା ବୁଝିଥିଲେ । ବିଜେଡି କର୍ମକର୍ତ୍ତାଙ୍କ ସହିତ ବାତ୍ୟା ୟାସ ପରବର୍ତ୍ତୀ ସ୍ଥିତି ସମୀକ୍ଷା ସହିତ ବାତ୍ୟାଞ୍ଚଳ ବୁଲି ବାରିପଦା ମଧୁବନ ତଳ ସାହି ବସ୍ତିର ଶତାଧିକ ଲୋକମାନଙ୍କୁ ମାସ୍କ, ସାନିଟାଇଜର, ଚାଉଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ତେବେ ପ୍ରଥମେ ଲଗାଣ ବର୍ଷା ପବନ ଯୋଗୁଁ ଘର କାନ୍ଥ ଧସି ଯିବାରୁ ପ୍ରାଣ ହରାଇଥିବା ମୋରଡ଼ା ବ୍ଲକ ପଳାଶ ମୁଣ୍ଡୁଳି ପଞ୍ଚାୟତ କୁସୁମକୁଟି ଗ୍ରାମର ବୁଧୁନି ସିଂ(୭୦)ଙ୍କ ପରିବାରକୁ ଭେଟିଥିଲେ । ସେହିପରି ବିଶୋଇ ବ୍ଲକ ଅଞ୍ଚଳକୁ ଯାଇ ବାତ୍ୟାଞ୍ଚଳ ବୁଲି ସ୍ଥିତି ପରଖିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଦାସଙ୍କ ସହିତ ପର୍ଯ୍ୟବେକ୍ଷକ ଜନ୍ମଜୟ ଲେଙ୍କା, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରୋଡା ବିଧାୟକ ରାଜକିଶୋର ଦାସ, ରାଜ୍ୟ କୃଷି ନିଗମ ଅଧକ୍ଷ ଦେବାଶିଷ ମହାନ୍ତି, ଦେବାଶିଷ ମାରାଣ୍ଡି, ପୂର୍ବତନ ପୋୖରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି, ରାଜ୍ୟ ଯୁବ ବିଜେଡି ଉପସଭାପତି ଛବି ମହାଲି, ମୟୂରଭଞ୍ଜ ଜିଲ୍ଲାର ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ର ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.