ଦୁର୍ଗତଙ୍କ ପାଖରେ ପହଂଚି ସହାୟତାର ହାତ ବଢ଼ାଇଲା ଛାତ୍ର ବିଜେଡି 

0 2
  • ୟାସ ବାତ୍ୟା ପ୍ରବାଭିତ ଜିଲ୍ଲାରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ବଣ୍ଟନ 

  • ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତ କଲେ ପ୍ରଣବ ବଳବନ୍ତରାୟ ଏବଂ ଦେବୀ ତ୍ରିପାଠୀ

ଭୁବନେଶ୍ୱର (ଶାସକ ପ୍ରଶାସକ) : ୟାସ୍ ବାତ୍ୟା ପ୍ରବାଭିତ ଜିଲ୍ଲା ମାନଙ୍କ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ରିଲିଫ୍ ଏବଂ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମୂଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ଏବଂ ଛାତ୍ର ବିଜେଡ଼ି ରାଜ୍ୟ ସଭାପତି ତଥା  ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀଙ୍କ ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ଗ୍ରସ୍ତ କରି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ର ନେତୃତ୍ବ ନେଇଛନ୍ତି।ଉଭୟ ପ୍ରଥମେ ବାଲେଶ୍ଵର ଜିଲ୍ଲା ଗ୍ରସ୍ତ କରି ୟାସ୍ ବାତ୍ୟା ପ୍ରଭାବିତ ସମସ୍ତ ଅଂଚଳ ଗୁଡ଼ିକୁ ପରିଦର୍ଶନ କରିବା ସହ  ରିଲିଫ୍ ସାମଗ୍ରୀ ବଣ୍ଟନ କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ କହିଥିଲେ “ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ସର୍ବଦା ସାମାଜିକ ପ୍ରତିବଦ୍ଧତା ନିମନ୍ତେ ସଂକଳ୍ପବଦ୍ଧ। ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ରେ ସ୍ବଭାବିକ ପରିସ୍ଥିତି ଫେରି ଆସିବା ପର୍ଯ୍ୟନ୍ତ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ।ଯୁବ ଛାତ୍ର ନେତୃବୃନ୍ଦଙ୍କ ସାମାଜିକ ସହଯୋଗ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରୁଛି” । ବିଜେଡି ଛାତ୍ର ସଭାପତି ଶ୍ରୀ ତ୍ରିପାଠୀ ରିଲିଫ୍ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସମସ୍ତ ଛାତ୍ର ନେତା ମାନଙ୍କୁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.