ରାଜ୍ୟର ସବୁ ଶିକ୍ଷାନୁଷ୍ଠାନକୁ ଯାତାୟତ କରୁଥିବା ବସ ଗୁଡ଼ିକ ଉପରୁ ଟିକସ ଛାଡ଼

0 2

 

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଯାତାୟତ କରୁଥିବା ବସ ଗୁଡ଼ିକ  ଉପରୁ ସରକାର ଟିକସ ଛାଡ଼ କରିଛନ୍ତିା ଏହା ସହିତ ଷ୍ଟେଜ୍/କଣ୍ଟ୍ରାକଟ କ୍ୟାରେଜଗୁଡ଼ିକ ଉପରୁ ମଧ୍ୟ ଅତିରିକ୍ତ ଟିକସ ଛାଡ଼ କରାଯାଇଛିା ଗତ ଅପ୍ରେଲ ଓ ମଇ ମାସ ନିମନ୍ତେ ଏହି ଟିକସ ଛାଡ଼ କରାଯାଇଥିବା ସରକାରଙ୍କ ସୂତ୍ରରୁ କୁହାଯାଇଛିା

ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ବସ୍ ମାଲିକ ସଂଘର ଦାବିଗୁଡ଼ିକୁ ବିଚାରକୁ ନେଇ ଉପରୋକ୍ତ ମର୍ମରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା ଉଲ୍ଲେଖଯୋଗ୍ୟ ଯେ କୋଭିଡ୍ ମହାମାରୀ କାରଣରୁ ଆନ୍ତଃରାଜ୍ୟ ବସ ଚଳାଚଳ ବନ୍ଦ କରାଯାଇଥିବାବେଳେ ଲକ୍ଡାଉନ୍ ଓ ସପ୍ତାହାନ୍ତ ସଟ୍ଡାଉନ୍ ମଧ୍ୟରେ ରାଜ୍ୟ-ରାଜ୍ୟ ମଧ୍ୟରେ ବସ ଚଳାଚଳ ଗୁରୁତର ଭାବରେ ପ୍ରଭାବିତ ହୋଇଥିଲାା ଗତକାଲି ଏହି ମର୍ମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଦ୍ୱାରା ବଜ୍ଞପ୍ତି ପ୍ରକାଶ ପାଇଛିା 

 

Leave A Reply

Your email address will not be published.