ପୁଣ୍ୟଶ୍ଲୋକ , ପ୍ରଣମ୍ୟ ମହାପୁରୁଷ , ଅମର ଆତ୍ମା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ ପାଳିତ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୁଣ୍ୟଶ୍ଲୋକ , ପ୍ରଣମ୍ୟ ମହାପୁରୁଷ , ଅମର ଆତ୍ମା ପାରଳା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୮ତମ ଶ୍ରାଦ୍ଧ ଦିବସ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ  ଅନୁଷ୍ଠିତ ହୋଇଯାଇଛି। 

ରାଜ୍ୟ ଶାସନରେ ଅଭୂତପୂର୍ବ ଶୃଙ୍ଖଳିତ ଜନ ସେବା , ଗୋଲଟେବୁଲ ବୈଠକରେ ଅକାଟ୍ୟ ଯୁକ୍ତି ଉପସ୍ଥାପନା , ନବ ଉତ୍କଳ ଗଠନରେ ନିଜର ପ୍ରଚେଷ୍ଟା ଓ ସଫଳତା , ଶିକ୍ଷା , କ୍ରୀଡ଼ା , ନାରୀ ଶିକ୍ଷାର ପ୍ରଗତି, କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଭୃତି ସମ୍ପର୍କରେ ପ୍ରାଞ୍ଜଳ ଭାବେ ଆଲୋଚନା ହୋଇଥିଲା। 

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ କିଛି ଯୋଜନା ଜିଲ୍ଲାରେ ଏବଂ ରାଜ୍ୟରେ ଅନୁମୋଦନ କରାଯାଉ ବୋଲି ସୌଜନ୍ୟ ମୂଳକ ଦାବି ଉପସ୍ଥାନ କରାଗଲା। ସଭାରେ ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ସୂର୍ଯ୍ୟନାରାୟଣ ପଟ୍ଟନାୟକ , ପ୍ରାଧ୍ୟାପିକା ଶ୍ୱେତା ପଟ୍ଟନାୟକ , ଘନଶ୍ୟାମ ଜେନା , ପ୍ରମୋଦ ଚନ୍ଦ୍ର ପାଢ଼ୀ , ବିଷ୍ଣୁମୋହନ ଅଧିକାରୀପ୍ରଭୃତି ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ରଖିଥିଲେ।

Leave A Reply

Your email address will not be published.