ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ ଅନ୍ତର୍ଗତ କଟାମା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୋମବାର ଦିନ ଆକସ୍ମିକ ବିୟୋଗ ଘଟିଛି। ସେ ନିଜ ଗ୍ରାମ କିନାରିରେ ରହୁଥିବା ବେଳେ କିଛି ଦିନ ହେଲା ଜ୍ଵରରେ ଆକ୍ରାନ୍ତ ଥିଲେ। ଘରେ ରହି ଚିକିତ୍ସିତ ହେଉଥିଲେ। ରବିବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ନିଜ ଶ୍ଵଶୁର ଘର ମୋହନା ନିକଟସ୍ଥ ପି.ଗୋବିନ୍ଦପୁର ଆଣିବା ସମୟରେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠୁ ମହାପ୍ରୟାଣ ଗାତି ଯୋଗେ ନିଜ ଗ୍ରାମକୁ ନେଇ ଶବ ସତ୍କାର କରିଛୁନ୍ତି ପରିବାର ଲୋକେ । ଏହି ଖବର ଶୁଣି କଟାମା ପଞ୍ଚାୟତବାସୀ ଓ ବ୍ଳକ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି ।
Sign in
Sign in
Recover your password.
A password will be e-mailed to you.