କରୋନା ସଚେତନତା ପାଇଁ ଲୋକାର୍ପିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର

0 2

ଭୁବନେଶ୍ୱର:  ଆଜି ସ୍ଥାନୀୟ ସଂସ୍କୃତି ଭବନଠାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ୟୁନିସେଫ୍, ଓଡ଼ିଶା ଶାଖାର ମିଳିତ ଉଦ୍ୟମରେ ତିନିଗୋଟି ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ଲୋକାର୍ପିତ ହୋଇଯାଇଛିା କୋଭିଡ୍-୧୯ ସକାଶେ ଜାରି କରାଯାଇଥିବା ଲକ୍ଡାଉନ୍, ସଟ୍ଡାଉନ୍ ମାନିବା, ମାସ୍କ ପିନ୍ଧିବା, ହାତ ସାବୁନରେ ଧୋଇବା, ଘରେ ରହିବା, ସୁରକ୍ଷିତ ରହିବା ଆଦି ବାର୍ତ୍ତା ଥାଇ ପ୍ରସ୍ତୁତ କରାଯାଇଥିବା ନାରଦଙ୍କ କରୋନା ଉବାଚ, ଯମଙ୍କ କରୋନା ଉବାଚ, ଯମଙ୍କ କରୋନା ଉବାଚ(୨) ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛିା

ଆଜିର ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ, ସୂଚନା ଓ ଲୋକସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମଲ୍ଲିକ, ରାଜ୍ୟ ପ୍ରକଳ୍ପ ସଂଯୋଜକ ଶ୍ରୀ ବାସୁଦେବ ମାଳବିଶୋଇ, ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରଥ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀ ରାଜୀବ ମହାନ୍ତି,ୟୁନିସେଫ୍ ବରିଷ୍ଠ ପରାମର୍ଶଦାତା ଶ୍ରୀ ରୁଦ୍ର ପ୍ରସାଦ ରଥ ପ୍ରମୁଖ ଯୋଗଦେଇଥିଲୋ

ଏହି ଚଳଚ୍ଚିତ୍ରରେ ହରିହର ସ୍ୱାଇଁ, ଅଭିଜିତ, ଅବନୀ, ରାମଚନ୍ଦ୍ର, ଅଙ୍କିତ, ଜିନା, ରୁଦ୍ର, ପୃଥିବୀ, ବାବୁ ପ୍ରଧାନ ପ୍ରମୁଖ ଅଭିନୟ କରିଥିବାବେଳେ ଚଳଚ୍ଚିତ୍ର ବ୍ୟବସ୍ଥାପନର ଦାୟିତ୍ୱ ତୁଲାଇଛନ୍ତି ଶ୍ରୀ ବାସୁଦେବ ମାଳବିଶୋଇା ଏଠାରେ ସୂଚନାଯୋଗ୍ୟ ଯେ କୋଭିଡ୍-୧୯କୁ ନେଇ ଅନୁରୂପ ସଚେତନତା ଚଳଚ୍ଚିତ୍ର ଆଗରୁ ମଧ୍ୟ ପ୍ରସ୍ତୁତ କରାଯାଇଛିା 

 

Leave A Reply

Your email address will not be published.