ଭୁବନେଶ୍ୱର/ଶାସକ ପ୍ରଶାସକ : ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଭିଏସସନଗର କଲ୍ୟାଣ ମଣ୍ଡପରେ କୋଵିଡ-୧୯ ଟୀକାଦାନ କେନ୍ଦ୍ରରେ ଟୀକା ନେଉଥିବା ସମସ୍ତ ଲୋକମାନଙ୍କୁ ସାନିଟାଇଜର, ମାସ୍କ୍ ବିସ୍କୁଟ, ପିଇବା ପାଣି ବୋତଲ, ଫ୍ରୁଟ ଜୁସ, ପ୍ରଦାନ କରିବା ସହିତ ସମସ୍ତ ହିତାଧିକାରୀମାନଙ୍କୁ କରୋନା ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ଭୁବନେଶ୍ୱର ଉତ୍ତର କୋଡିନେଟର୍ ଡ଼ଃ ପ୍ରକାଶ ତ୍ରିପାଠୀ, ସୌମ୍ୟ ରଂଜନ ପ୍ରଧାନ, ଦୀପକ କୁମାର ନାୟକ, କାର୍ତ୍ତିକ ମୁଦୁଲି, ନୃସିଂହ ଧଳ,ଦେବାଶିଷ ଗଣ୍ଠିଆ, ଶୁଭମ,ସର୍ବଜିତ୍ ସାହୁ ଓ ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ଟୀକାଦାନ ଶେଷ ହେବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂଯୋଜକ ଡଃ ତ୍ରିପାଠୀ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.