କଳିଙ୍ଗନଗରରେ ଉଦ୍ୟୋଗୀକରଣ ପାଇଁ ପରାମର୍ଶ ଏବଂପ୍ରୋତ୍ସାହନ ସପ୍ତାହ ପାଳନ ଶିବିର

0

କଳିଙ୍ଗନଗରରେ ଉଦ୍ୟୋଗୀକରଣ ପାଇଁ ପରାମର୍ଶ ଏବଂପ୍ରୋତ୍ସାହନ ସପ୍ତାହ ପାଳନ ଶିବିର 

ଯାଜପୁର/ଜୟଶଙ୍କର ଦାଶ :  ଭାରତୀୟ ଯୁବଶକ୍ତି ଟ୍ରଷ୍ଟ  ଟାଟାଷ୍ଟିଲ  ଆନୁକୁଲ୍ୟରେ କଳିଙ୍ଗନଗର ଅଂଚଳରେ ଯୁବଗୋଷ୍ଠୀଙ୍କ ପାଇଁ ଉଦ୍ୟୋଗ ବିକାଶ ନିମନ୍ତେ ପରାମର୍ଶ ଓ ପ୍ରୋତ୍ସାହନ ସପ୍ତାହ ଶିବିରର ଆୟୋଜନ କରାଯାଇଛି । “ଯୁବ ଔଦ୍ୟୋଗୀକ ବିକାଶ”କାର୍ଯ୍ୟକ୍ରମ ଦ୍ୱାରା ଯାଜପୁର ଜିଲ୍ଲାରେ ଯୁବପୀଢିଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଏହି ପରାମର୍ଶ ଶିବିର ଆୟୋଜିତ କରାଯାଇଛି । 

ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଯୁବତୀ ଯୋଗ ଦେଇଛନ୍ତି । ସୁକିନ୍ଦା, ଦାନଗଦୀ ଓ ବ୍ରାହ୍ଣଣୀପାଳ ବ୍ଲକର ସମସ୍ତ ଯୁବପୀଢିଙ୍କୁ ବ୍ୟବସାୟ ପ୍ରତିଷ୍ଠା ନିମନ୍ତେ ନିଶୁକ୍ଳ ପରାମର୍ଶ ଦିଆଯାଉଛି । ଯୁବପୀଢିଙ୍କୁ ଉତ୍ସାହିତ କରିବା ସହ ଆକୃଷ୍ଟ କରି କଳିଙ୍ଗନଗର ଅଂଚଳରେ ଉଦ୍ୟୋଗ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାଏହାର ଲକ୍ଷ୍ୟ । 

ଏହି ଅବସରରେ ଡୁବୁରୀସ୍ଥିତ ଟାଟାଷ୍ଟିଲରୁ ଡେଭଲପମେଂଟ ସୋସାଇଟି (ଟିଏସଆରଡିଏସ୍) ଠାରେ ଏହି ଶିବିର ଉଦଘାଟିତ କାର୍ଯ୍ୟକ୍ରମରେ ବିୱାଇଏସଟିର ବରିଷ୍ଠ  ପରାମର୍ଶଦାତା ପ୍ରଫୁଲ୍ଲ ସାମଲ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,“ଓଡିଶାର ଅର୍ଥନୀଙ୍କ  ପରିସ୍ଥିତି ବଦଳି ପାରିବ କେବଳ ଯେତେବେଳେ ଯୁବପୀଢି ସେମାନଙ୍କ ଔଦ୍ୟଗିକ ଶକ୍ତିଏବଂ ଦକ୍ଷତାର ସଂପୂର୍ଣ୍ଣ ବିକାଶ ଓ ବିନିଯୋଗ କରିବେ | ଏହି ଶିବିରଜୁନ୍ ୧୩ ତାରିଖ ପଯ୍ୟନ୍ତ ଚାଲୁ ରହିବ । 

 

Leave A Reply

Your email address will not be published.