ଅକାଳରେ ଝରି ପଡିଥିବା ଜଣେ ଭଲ ମଣିଷର ସ୍ମୃତିରେ………

0

ନରେଶ ମେମୋରିଆଲ ରକ୍ତ ଦାନ ଶିବିର ରେ ରକ୍ତଦାନ କରି ଶ୍ରଦ୍ଧାଞ୍ଜଳି ଦେଲେ ଶୁଭେଛୁ           

10-07-18-paaikamal.jpg - 71.21 kB              

ପାଇକମାଲ/ଗୌରାଙ୍ଗ ଦାଶ:- ଗତ ବର୍ଷ ଜୁଲାଇ ମାସ 17 ତାରିଖ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ଝାରବନ୍ଧ ବ୍ଲକର ନରେଶ କୁମାର ବାରିକ ନାମକ ଜଣେ ଯୁବକ ର ଅକାଳ ମୃତ୍ୟୁ ହୋଇଯାଇଥିଲା। ମୃତ ନରେଶ କୁମାର ଜଣେ ସ୍ବେଛାସେବୀ ତଥା ଜଣେ ରକ୍ତଦାତା ଥିଲେ। ଜୀବନ କାଳରେ ସେ ବହୁଥର ରକ୍ତ ଦାନ କରିଥିଲେ। ଆଜି 10 ଜୁଲାଇ ଥିଲା ନରେଶଙ୍କର ଜନ୍ମଦିନ। ଏହି ଅବସର ରେ ଯୁବସମାଜକୁ ରକ୍ତଦାନ କରିବା ପାଇଁ ଉତ୍ସାହିତ କରିବା ପାଇଁ ନରେଶଙ୍କର ଜଣେ ବନ୍ଧୁ  ମୁଜମ୍ମିଲ  ହୁସେନ ଏକ ରକ୍ତଦାନ ଶିବିର ର ଆୟୋଜନ କରିଥିଲେ। ଉକ୍ତ ଶିବିରକୁ ନରେଶ ଙ୍କର ଅଜା ପ୍ରହଲ୍ଲାଦ ବାରିକ ଓ ୧୮୯ ସିଆରପିଏଫf ବାଟାଲିଅନ  ସି କମ୍ପାନୀର ସିଓ ଅବଦୁଲ ଆହଡ ମିଳିତ ଭାବରେ ଉଦଘାଟନ କରିଥିଲେ। ଉକ୍ତ ଶିବିରରେ ପାଇକମାଲ ଓ ଝାରବନ୍ଧ ବ୍ଲକ ର ବିଭିନ୍ନ ଗ୍ରାମରୁ ଆସିଥିବା ନରେଶଙ୍କ  ବନ୍ଧୁ ଓ ସାଧାରଣ ଲୋକ ଓ CRPF ଯବାନ ମନେ ରକ୍ତ ଦାନ କରିଥିଲେ। ରକ୍ତଦାତା ମାନଙ୍କ ମଧ୍ୟରେ ନରେଶଙ୍କ  ବଡ ଭାଇ ପଦ୍ମଲୋଚନ ବାରିକ, ସିଆରପିଏଫ ସିଓ ଅବଦୁଲ ଆହଡ  ,ମୁଜମ୍ମିଲ  ହୁସେନ , ଟୁନି ସାହୁ,ଅମୁଲ୍ୟ ମହାପାତ୍ର, ମୁଜାଫର ହୁସେନ, ପିଙ୍କୁ ବାରିକ, ପବିତ୍ର ରଣା,ରାଜେନ୍ଦ୍ର ଖମାରୀ, ସଞ୍ଜୟ ଅଗ୍ରୱାଲ ,ଅମିତ ଗୋୟଲ, ସୁରେନ୍ଦ୍ର ବାରିକ, ଶୌର୍ଯ୍ୟ ରଞ୍ଜନ ସାହୁ,ନବୀନ ମେହେର ,ଫକୀର ଚନ୍ଦ୍ର ସାହୁ, ସୁଜିତ କୁମାର ସେଠ , ବିଦ୍ୟାଧର ସାହୁ, ପ୍ରଦୀପ ପ୍ରଧାନ CRPF ର ବି,କେ,ପ୍ରଧାନ , ଟୁଟୁ ଗୌଡ଼, ପି,ପି,କାନୁ , ଏମ ଅଶୋକ, ଜେ ଜିଷ୍ଣୁ ,ଜେ  ରମେଶ ଓ ସେକ ହେୟତ ଓ ଅନ୍ୟ ବହୁତ ରକ୍ତ ଦାତା ମାନେ ସ୍ୱେଚ୍ଛାକୃତ ରକ୍ତ ଦାନ କରିଥିଲେ। ଏହି ଶିବିରକୁ ପଦ୍ମପୁର ରକ୍ତ ଭଣ୍ଡାର ର କର୍ମକର୍ତା ,ପାଇକମାଲ ସରକାରୀ ଡାକ୍ତରଖାନାର ଡାକ୍ତର ଶ୍ରୀଧର ପ୍ରଧାନ ପରିଚାଳନା କରିଥିଲେ। ପାଇକମାଲର ଅନାୟସ କିଚେନ, ଆମର ଗୀତ , NIIT, ତଥା ଶାସକ ପ୍ରଶାସକ ର ବରଗଡ ପ୍ରତିନିଧି, ଯୁବାମଞ୍ଚ ର କର୍ମକର୍ତା ମାନେ ସହଯୋଗ କରିଥିଲେ। 

 

Leave A Reply

Your email address will not be published.