ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାର ୮.୧୭ ଲକ୍ଷ ଲାଭାର୍ଥୀଙ୍କୁ ମିଳିବ ପକ୍କା ଘର – ଧର୍ମେନ୍ଦ୍ର ପ୍ରଧାନ

0 2

୨୦୨୧-୨୨ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଓଡିଶାକୁ ଘର ଆବଟଂନ

ନୂଆଦିଲ୍ଲୀ/ଭୁବନେଶ୍ୱର- ୨୦୨୧-୨୨ ଆର୍ଥିକ  ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ଓଡ଼ିଶାର ୮ ଲକ୍ଷ ୧୭ ହଜାର ୫୧୩ ଜଣ ଲାଭାର୍ଥୀଙ୍କ ସମେତ ସାରାଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କର ନିଜ ପକ୍କା ଘର ସ୍ୱପ୍ନ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କରୋନାର ଏହି କଠିନ ପରିସ୍ଥିତିରେ ମଧ୍ୟ ମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନା ଗୁଡ଼ିକ ଗରିବଙ୍କ ସାହାରା ହୋଇଛି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଜରିଆରେ ଦେଶର କୋଣ ଅନୁକୋଣରେ ଗରିବ ଏବଂ ବଂଚିଙ୍କ ମୁଣ୍ଡ ଉପରେ ପକ୍କା ଛାତ ଦେଇ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କ ଜୀବନରେ ପରିବର୍ତନ ଆଣିବା ସହ ତାଙ୍କର ସମ୍ମାନକୁ ସୁନିଶ୍ଚିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି

Leave A Reply

Your email address will not be published.