ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। 

ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାସରଥି ଗମାଙ୍ଗ ଯୋଗ ଦେଇଥିଲେ। ସର୍ବ ପ୍ରଥମେ ରାଜୀବ ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ତାପରେ ରାଜୀବ ଗାନ୍ଧୀଙ୍କ ଦେଶର ପରିଚାଳନା ଓ ତାଙ୍କରି ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ପରିଚାଳିତ ହେଉଛି ବୋଲି ନିତିବାଣୀ  ଦେଇଥିଲେ। 

ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରନା ମହାମାରୀ ସମୟରେ ପାରଳାଖେମୁଣ୍ଡି ସହରରେ ବଜାରରେ ମାସ୍କ ବଣ୍ଟନ ଆୟୋଜନ କରାଯାଇଥିଲା , କିନ୍ତୁ ଆସନ୍ତା କାଲି ସଡ୍ ଡାଉନ୍ ସକାଶେ ବଜାର ସଂପୂର୍ଣ୍ଣ ଗହଳି ଥିବା ଯୋଗୁଁ କାର୍ଯ୍ୟକ୍ରମ ବାତିଲ କରି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କିଛି ଲୋକଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା। 

ଏହି କୋରନା ସଂକ୍ରମଣ ଦ୍ବିତୀୟ ଲହରୀ ଖେଳିଯାଇଛି ତେଣୁ କୋଭିଡ୍ ନିୟମ ଅନୁସାରେ କାର୍ଯ୍ୟକ୍ରମକୁ ନିରାଡାମ୍ବରରେ ପରିଚାଳିତ କରିଥିଲେ। 

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଜୟ କୁମାର ଅଧିକାରୀ , ସୂର୍ଯ୍ୟ ନାରାୟଣ ପାତ୍ର , ଇଶ୍ଵର ମାଝି , ସଂଗ୍ରାମ କେଶରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ନଗର କଂଗ୍ରେସ କମିଟି ପକ୍ଷରୁ ବସନ୍ତ କୁମାର ପଣ୍ଡାଙ୍କ ଦ୍ଵାରା ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ କରାଯାଇଥିଲା।

Leave A Reply

Your email address will not be published.