ପଦ୍ମପୁର-ବର୍ତ୍ତମାନ ଦିନ କୁ ଦିନ କୋଭିଡ ସଂକ୍ରମଣ ମୃତକ ଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସଂଗଠନ ଏବଂ ପ୍ରଶାସନ ତରଫରୁ ମୃତକଙ୍କ ଅନ୍ତିମ ସତ୍କାର ପାଇଁ ବିଭିନ୍ନ ବ୍ୟବସ୍ଥାମାନ କରାଯାଉଛି । ହେଲେ ତାଙ୍କ ପଛରେ ରହି ଯାଉଥିବା ପରିବାର ଓ ପିଲା ଛୁଆଙ୍କ ଅବସ୍ଥା ଅତ୍ୟନ୍ତ ସଙ୍ଗିନ ହୋଇ ଯାଉଛି । ପରିବାର ପୋଷଣ ତଥା ଜୀବନ ସହ ସଂଘର୍ଷ ରେ ପାଠ ପଢାରୁ ଦୂରେଇ ଯାଉଛନ୍ତି ବହୁ ଅବୋଧ ଏବଂ ନିରିହ ପିଲା । ଏଣୁ ଏମାନଙ୍କର ପାଠ ପଢାର ଦାୟିତ୍ୱ ନେବା ପାଇଁ ଆଗେଇ ଆସିଛନ୍ତି ପଦ୍ମପୁରର କିରନ ଫାଉଣ୍ଡେସନ । ଏହି ସାମାଜିକ ଅନୁଷ୍ଠାନ ବହୁ ସମୟରେ ସାମାଜିକ କାର୍ଯ୍ୟମାନ ଅଂଚଳରେ କରି ଆସୁଥିବା ବେଳେ ବର୍ତ୍ତମାନ ସାରା ରାଜ୍ୟ ରେ କୌଣସି ବି ସ୍ଥାନ ରେ କୋଭିଡ ରେ ମୃତ୍ୟୁ ବରଣ କରିଥିବା ବାପା ମାଁ ଙ୍କର ଛୁଆଙ୍କ ଗ୍ରାଯୁଏସନ ଯାଏଁ ସମସ୍ତ ପ୍ରକାର ପାଠ ପଢା ଖାଇବା ରହିବା ପୋଷାକ ଆଦିର ଖର୍ଚ୍ଚ ବହନ କରିବା ପାଇଁ ଆଜି କିରନ ଫାଉଣ୍ଡେସନ ତରଫରୁ ଏକ ପ୍ରେସ ମିଟ ମାଧ୍ୟମରେ ଘୋଷଣା କରାଯାଇଛି । ସୁଚନା ଅନୁଯାୟୀ ରାଜ୍ୟ ର କୌଣସି ବି ସରକାରୀ ସ୍କୁଲ କିମ୍ବା କଲେଜ ରେ ପଢୁଥିବା ପିଲା ଯଦି କରୋନା ସଂକ୍ରମଣ ରେ ବାପ ମାଙ୍କୁ ହରେଇଛନ୍ତି ତେବେ ତାଙ୍କର ସବୁ ପ୍ରକାର ଖର୍ଚ୍ଚ ବହନ କରିବ ଏହି ଫଉଣ୍ଡେସନ କିମ୍ବା ଯଦି ସେ ଘରୋଇ ସ୍କୁଲ ରେ ପାଠ ପଢିବାକୁ ଚାହାନ୍ତି ତେବେ ପଦ୍ମପୁର ପବ୍ଲିକ ସ୍କୁଲ ରେ ତାଙ୍କର ପାଠ ପଢା ପାଇଁ ଫାଉଣ୍ଡେସନ ତରଫରୁ ବ୍ୟବସ୍ଥା କରାଯିବ ବୋଲି ଅନୁଷ୍ଠାନ ସଭାପତି ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପଣ୍ଡା ଘୋଷଣା କରିଛନ୍ତି ।ପ୍ରେସମିଟ୍ ସମୟ ରେ ଅନ୍ୟମାନଙ୍କ ମଧ୍ୟରେ କିରଣ ଫାଉଣ୍ଡେସନ ର ସମ୍ପାଦକ ଉମେଶ କୁମାର ସାହୁ, ଉପସଭାପତି ସଦାନନ୍ଦ ପୁରୋହିତ,ସହ ସମ୍ପାଦକ କିଶୋର ମେହେର ଓ ସଭ୍ୟ ଜିତେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.