ଶୁଖିଲା ଖାଦ୍ୟ ଧରି କଣ୍ଟେନମେଣ୍ଟ ଜୋନରେ  ପହଂଚିଗଲେ ମନ୍ତ୍ରୀ ସୁଶାନ୍ତ ସିଂ

0

ବରଗଡ :- ଭଟଲି ବ୍ଲକ ମୂଳବାର ପଂଚାୟତ ରାଉତ ପଡ଼ା ଠାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ଯୋଗୁଁ ଏହି ଗାଁ ରେ ଏକାଧିକ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହେଲାଣି । ତେଣୁ କରି ଏହି ଗାଁ କୁ  କନଟେନମେଣ୍ଟ ଜୋନ ଭାବରେ ପ୍ରଶାସନ ତରଫରୁ ଘୋଷଣା କରାଯାଇଥିବା ଫଳରେ ଗାଁ ଲୋକେ ଘରୁ ବାହାରି ରାସନ୍ ସାମଗ୍ରୀ କିଣି ପାରୁ ନ ଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଘଟଣା ର ଖବର ରାଜ୍ୟ ସରକାରଙ୍କର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀ ସୁଶାନ୍ତ ସିଂହ  ଉକ୍ତ ଗାଁ କୁ ଯାଇ ନିଜେ ଘରକୁ ଘର ବୁଲି ଲୋକ ମାନଂକ ସୁଖ ଦୁଃଖ ଓ ସୁବିଧା ଅସୁବିଧା ବୁଝି ପଚାରି ଥିଲେ । ତତ୍ ସହିତ ଦୁଇଟି ୱାର୍ଡ ବିଶିଷ୍ଟ ଗାଁ ର ପ୍ରତ୍ୟେକ ପରିବାରକୁ ଶୁଖିଲା ରାସନ୍ ସାମଗ୍ରୀ ପ୍ରଦାନ କରିଥିଲେ  । ଏହା ସହିତ  ୫ଜଣ ମୃତ ବ୍ୟକ୍ତିଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣେଇଥିଲେ ଏବଂ ଯେଉଁ ମାନେ ବିଧବା ଯୋଗ୍ୟ ହିତାଧିକାରୀ ଅଟନ୍ତି ସେମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ । ନିଜେ ଉପସ୍ଥିତ ଥାଇ ପୁଣି ଉକ୍ତ ଗାଁ ର ସମସ୍ତ ଗଲିକନ୍ଦି ପ୍ରତ୍ୟେକ ଘରଦ୍ଵାର କୁ ସାନିଟାଇଜ କରେଇଥିଲେ । ଶେଷରେ ଗାଁର ଲୋକଙ୍କୁ କୌଣସି ବି ମୁହୂର୍ତ୍ତରେ ଅସୁବିଧା ହେଲେ ମୋତେ ତୁରନ୍ତ ଫୋନ୍ କଲ୍ କରିବ ବୋଲି କହିଥିଲେ ମନ୍ତ୍ରୀ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କୋରୋନା କଟକଣା ଆରମ୍ଭ ହେବା ପରଠାରୁ କ୍ରମାଗତ ଭାବରେ ଲୋକଙ୍କର ପ୍ରତ୍ୟେକ ଅସୁବିଧା ସମୟରେ ଲୋକଙ୍କର ପାଖରେ ପ୍ରତକ୍ଷ ଭାବରେ ଛିଡ଼ାହୋଇ ଲୋକଙ୍କର ସବୁ ପ୍ରକାର ସୁବିଧା କରେଇବା ପାଇଁ ସତ ପ୍ରତିଶତ ପ୍ରୟାସ ଜାରି ରଖିଛନ୍ତି ମାନ୍ୟବର ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ।

Leave A Reply

Your email address will not be published.