ମେଡିକାଲ ଭ୍ୟାନ ଉଦଘାଟନ କଲେ ବୈଜୟନ୍ତ ପଣ୍ଡା

0

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ନିକଟରେ ମାସ୍କଠାରୁ ଆରମ୍ଭ କରି ଖାଦ୍ୟ ପର୍ଯ୍ୟନ୍ତ ସବୁ ପ୍ରକାର ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ନୂଆଦିଲ୍ଲୀର ଶାନ୍ତି ନିକେତନଠାରେ ମେଡିକାଲ ଭ୍ୟାନ ସେବାର ଉଦଘାଟନ କରିଛନ୍ତି। ଏହି ଭ୍ୟାନ କୋଭିଡ ରୋଗୀଙ୍କୁ ଖାଦ୍ୟ, ରାସନ, ମାସ୍କ, ଅକ୍ସିମିଟର, ଔଷଧ, ଥର୍ମୋମିଟର, ସାନିଟାଇଜର, ଅକ୍ସିଜେନ ସିଲିଣ୍ଡର ଓ କନସେନଟ୍ରେଟର ଇତ୍ୟାଦି ଯୋଗାଇବ। ଆରକେ ପୁରମ ପୂର୍ବତନ ବିଧାୟକ ଅନିଲ ଶର୍ମାଙ୍କ ଦ୍ୱାରା ଏହି ଭ୍ୟାନ ଆରମ୍ଭ କରାଯାଇଛି। 

ଶ୍ରୀଯୁକ୍ତ ପଣ୍ଡା ଆଜି ଏହାକୁ ଉଦଘାଟନ କରି କୋଭିଡ ସଂକ୍ରମିତଙ୍କ ପରିବାର ତଥା ଗରିବ ଅସହାୟଙ୍କୁ ରାସନ, ରନ୍ଧା ଖାଦ୍ୟ, ଔଷଧ କିଟ ଏବଂ ମାସ୍କ ଇତ୍ୟାଦି ବଣ୍ଟନ କରିଛନ୍ତି। ଶ୍ରୀ ଶର୍ମାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ମେଡିକାଲ ଭ୍ୟାନ ଦିଲ୍ଲୀବାସୀଙ୍କ ସାହାଯ୍ୟ କରିବା ଦିଗରେ ଏକ ବହୁତ ଭଲ ପଦକ୍ଷେପ ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ଅବସରରେ କହିଛନ୍ତି। ଏଥିସହ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ବିଜେପି କାର୍ଯ୍ୟକର୍ତ୍ତା ସେବା ହିଁ ସଂଗଠନ ଅଧୀନରେ ଜନତାଙ୍କୁ ସେବା ଯୋଗାଇ ଦେବା ଲାଗି ଅକ୍ଲାନ୍ତ ଉଦ୍ୟମ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ଶର୍ମାଙ୍କ ସହ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.