ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ତ୍ୱରିତ ସମାଧାନ ଉପରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଗୁରୁତ୍ୱାରୋପ

0

Dr. Arun Kumar Sahoo (@dr_arunsahoo) | Twitter

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗୁରୁତ୍ୱାରୋପ କରିଛନ୍ତିା 

ଆଜି ଏହି ପରିପ୍ରେକ୍ଷୀରେ ଭର୍ଚୁଆଲ୍ ମାଧ୍ୟମରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ ଡ. ସାହୁ ଅଧ୍ୟକ୍ଷତା କରିଥିବାବେଳେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକର ନିଜ ନାମରେ ଜମି ରେକର୍ଡ ନଥିବା କ୍ଷେତ୍ରରେ ନାକ୍ ମାନ୍ୟତା ସମେତ ବିଭିନ୍ନ ଅନୁଦାନ ମିଳିବାରେ ବାଧା ସୃଷ୍ଟି ହେଉଥିବା ଦୃଷ୍ଟିରୁ ଜମିଜମା ସଂକ୍ରାନ୍ତୀୟ ସମସ୍ୟାର ତୁରନ୍ତ ସମାଧାନ ହେବା ଆବଶ୍ୟକା ଅନେକ ଅଗ୍ରଣୀ ମହାବିଦ୍ୟାଳୟର ଜମିଜମା ସଂକ୍ରାନ୍ତ ସମସ୍ୟା ଦୀର୍ଘ ଦିନ ହେଲା ସମାଧାନ ନହୋଇ ପଡ଼ି ରହିଥିବାବେଳେ ଆବଶ୍ୟକ ଭିତ୍ତିଭୂମିର ବିକାଶ ମହୋଇପାରୁନାହିାଁ ତେଣୁ, ଏ ଦିଗରେ ସମାଧାନର ପନ୍ଥା ନିର୍ଦ୍ଧାରଣ ହୋଇପାରିଲେ ମହାବିଦ୍ୟାଳୟଗୁଡ଼ିକର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲୋ 

ଯେଉଁସବୁ ମହାବିଦ୍ୟାଳୟର ଜମିଜମା ସମସ୍ୟା ରହିଛି ସେହିସବୁ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଜମିଜମାର ସ୍ଥିତାବସ୍ଥା ସଂପର୍କରେ ବିସ୍ତୃତ ବିବରଣୀ ବିଭାଗକୁ ପ୍ରଦାନ କରିବା ପରେ ଜମିଜମା ରେକର୍ଡ ନିୟମିତ କରିବା ଦିଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲାା 

Leave A Reply

Your email address will not be published.