ଟୀକାକରଣକୁ ନେଇ ଉଦବେଗ ପ୍ରକାଶ କଲେ ବରିଷ୍ଠ ନାଗରିକ

0

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣ କୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବରିଷ୍ଠ ନାଗରିକ I ପ୍ରାପ୍ତ ସୂଚନା ଅନୁସାରେ ଦ୍ଵତୀୟ ଡୋଜ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଫୋନ ମାଧ୍ୟମରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ବରିଷ୍ଠ ନାଗରିକଙ୍କୁ ସୋମବାର ସକାଳ ସମୟରରେ ଉପସ୍ଥିତ ରହିବା ପାଇଁ କହି ଥିଲେ I ସେହି ଅନୁସାରେ ଆଜି ସକାଳେ ଘୁ.ଉଦୟଗିରି ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମ ପଞ୍ଚାୟତାରୁ ୧୦୦ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ଲାକଡାଉନ ଯୋଗୁଁ ବହୁ କଷ୍ଟରେ ଯାନବାହନ ଚଳାଚଳ ନ କରିବା ସତ୍ୱେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସି ପହଞ୍ଚି ଥିଲେ I ହେଲେ ହଠାତ ଟୀକାରଣ ବନ୍ଦ ହେବା ନେଇ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବରିଷ୍ଠ ନାଗରିକଙ୍କୁ କୁହା ଯାଇଥିଲା I ଯାହାକୁ ନେଇ ବରିଷ୍ଠ ନାଗରିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଉଦବେଗ ପ୍ରକାଶ ପାଇ ଥିଲା I ଟୀକାକରଣ ବନ୍ଦ ହେବାକୁ ନେଇ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ପଚାରି ବୁଝି ଥିଲେ I ହେଲେ ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ହଠାତ ଧମକ ଚମକ ଦିଆଯାଇ ଥିବା ବରିଷ୍ଠ ନାଗରିକ ରାଜେନ୍ଦ୍ର କୁମାର ପଣ୍ଡା ଅଭିଯୋଗ କରିବା ସହ ଯେଉଁ ବରିଷ୍ଠ ନାଗରିକମାନେ ଆଜି ଟୀକା ପାଇବାର ଥିଲା ସେମାନେ କେବେ ପାଇବେ ବୋଲି ପ୍ରଶ୍ନ କରିଛନ୍ତି I ଶେଷରେ ଟୀକା ନ ପାଇ ପାଖାପାଖି ୧୦୦ ଜଣ ବରୀଷ୍ଠନାଗରିକ ନିରାଶ ହୋଇ ଫେରି ଥିଲେ I ଏହି ପରି ଭାବରେ ଅନେକ ସମୟରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟୀକାକରଣକୁ ନେଇ କିମ୍ବା ଚିକିତ୍ସାକୁ ନେଇ ଉତ୍ତେଜନା ପ୍ରକାଶ ପାଇ ଥିବାର ଘଟଣା ପଦାକୁ ଆସିଛି I କିନ୍ତୁ ସ୍ଵାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ଏଥିପ୍ରତି ଭ୍ରୁକ୍ଷେପ ନକରି ଚିକିତ୍ସା ପାଇବା ପାଇଁ ଯାଉ ଥିବା ଜନାସାଧରଣଙ୍କୁ ଅସଦବ୍ୟବହାର କରୁଛନ୍ତି ବୋଲି ବରିଷ୍ଠ ନାଗରିକମାନେ ମତପ୍ରକାଶ କରିଛନ୍ତି I ଦାୟୀତ୍ୱରେ ଥିବା ଅଧିକାରୀ ମଧ୍ୟ ଅନେକ ସମୟରେ ରୋଗୀମାନକୁ ଉଚ୍ଚିତ ବ୍ୟବହାର ଦେଖାଉ ନ ଥିବା ବରିଷ୍ଠ ନାଗରିକମାନେ କହିବା ସହ ଡାକ୍ତର ହେଉଛନ୍ତି ଭଗବାନଙ୍କ ଦ୍ଵତୀୟ ଅବତାର I ଡାକ୍ତରଙ୍କ କଥା ଏବଂ ସ୍ୱର୍ଶ୍ୱରେ ରୋଗୀ ସୁସ୍ଥ ହୋଇ ଯାଇ ଥାଏ I କିନ୍ତୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଞ୍ଚଳବାସିଙ୍କ ପ୍ରତି ହେଉ ଥିବା ମାନସିକ ନିର୍ଯ୍ୟାତନା ଆତ୍ୟାନ୍ତ ନିନ୍ଦନୀୟ ବୋଲି ଅଂଚଳ ବାସି ଏବଂ ବରିଷ୍ଠ ନାଗରିକଙ୍କ ମଧ୍ୟରେ ମତପ୍ରକାଶ ପାଇଛି I ତେଣୁ ଏଥିପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହୋଇଛି I ଘଟଣା ସମ୍ପର୍କରେ ଆମ ପ୍ରତିନିଧି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରିଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ I ଆଜି ଟୀକାକରଣ ବନ୍ଦ ହେବା ସରକାରଙ୍କ ନିର୍ଦ୍ଧେଶ ଥିଲା I ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ଆଗାମୀ ଦିନରେ ଟୀକାକରଣ କରାଯିବ ବୋଲି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ମତପ୍ରକାଶ କରିଛନ୍ତି

 

Leave A Reply

Your email address will not be published.