ଲୁଟ ହାଇୱା ଟ୍ରକ ଉଦ୍ଧାର, ୫ ଗିରଫ 

0

ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ଅଞ୍ଚଳରୁ ଲୁଟ ହୋଇଥିବା ଏକ ହାଇୱା ଟ୍ରକ କୁ ବଡ଼ବିଲ ପୋଲିସ ଉଦ୍ଧାର କରିବା ସହିତ ଲୁଟ ଘଟଣା ରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି l ଘଟଣାରୁ ପ୍ରକାଶ ଯେ ଗତ ୧୫ ତାରିଖ ପ୍ରlୟ  ୧୧ ଘଟିକା ସମୟରେ ଓଡ଼ି ୧୪ କ୍ୟୁ ୮୨୪୪ ନମ୍ବର ବିଶିଷ୍ଟ ଏକ ହାଇୱା ଟ୍ରକ ବଡ଼ବିଲ ରେଲୱେ ସାଇଡିଂରେ ଲୁହା ପଥର ଖାଲି କରିବା ପରେ ଗାଡିକୁ ନିକଟିସ୍ଥ ପାର୍କିଂରେ ଛିଡାକରି ଡ୍ରାଇଭର ଟି. କେ. ବେଦିନ ଖାଇବାକୁ ଯାଇଥିଲେ। ତେବେ ସେ ଖାଇସାରି ଗାଡିପାଖକୁ ଆସିବା ବେଳେ ଚାରି ଜଣ ଅଜଣା ଦୁର୍ବୃତ୍ତ ତାଙ୍କୁ ଘେରି ଯାଇଥିଲେ l ସେମାନେ ଡ୍ରାଇଭରଙ୍କୁ ମାରଣlସ୍ତ୍ର ଦେଖାଇ ଗାଡିକୁ ଜଙ୍ଗଲ ମଧ୍ଯକୁ ନେଇ ଯାଇଥିଲେ। ଏଥି ସହିତ ସେମାନେ ଗାଡିର ଡ୍ରାଇଭରଠାରୁ ୭ ହଜାର ଟଙ୍କା ଓ ମୋବାଇଲ ଛଡ଼ାଇ ନେବା ପରେ ଡ୍ରାଇଭରଙ୍କୁ ଛାଡି ଦେଇ ଗାଡି ନେଇ ଫେରାର ହୋଇଯାଇଥିଲେ।

ତେବେ ଘଟଣା ସମ୍ୱନ୍ଧରେ ଗାଡି ମାଲିକ ବିଜୟ କୁମାର ଜୈନ ବଡ଼ବିଲ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତନାଘନା ଆରମ୍ଭ କରି ସମ୍ପୃକ୍ତ ୫ ଜଣ ଦୁର୍ବୃତ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ୫ ଜଣ ହେଲେ ବଡ଼ବିଲ ଥାନା ଅନ୍ତର୍ଗତ ଦାମୁ ହଟିଙ୍ଗର ମହେନ୍ଦ୍ର ମହାକୁଡ଼ ଓରଫ ମୁନା, ରାଜୁ ଦାସ, କମଳଜିତ ସିଂ, କଳିଙ୍ଗ ପ୍ରେମ ନଗରର ରାହୁଲ ମହାନ୍ତ ଓ ଆକାଶ କାରୁଆ।

ବଡ଼ବିଲ ଥାନା କେସ ନମ୍ବର ୭୯/୨୦୨୧ ଆଇପିସି ଧାରା ୩୯୫ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.