ଆର ପାରିରେ ପଣ୍ଡିତ ବୃନ୍ଦାବନ ବିଶ୍ବାଳ

0

ସମ୍ବଲପୁର:   ଆର ପାରିରେ ପଣ୍ଡିତ ବୃନ୍ଦାବନ ବିଶ୍ବାଳ। ମଙ୍ଗଳବାର ରାତ୍ରି ୧.୩୦ ମିନିଟ ସମୟରେ ହୃଦଘାତରେ ତାଙ୍କ ସାଳଡ ସ୍ଥିର ବାସଭବନରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ଯୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହେଉଥିଲା। ମୃତ୍ଯୁ ଶର୍ଯ୍ଯା ନିକଟରେ ସମସ୍ତ ପରିବାରବର୍ଗଙ୍କ ସହ ଏକ ମାତ୍ର ପୁତ୍ର ଭଗବାନ ବିଶ୍ବାଳ, ତିନି ଝିଅ, ନାତି ନାତୁଣୀ, ବଡ ଜ୍ବାଇଁ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ବାଳ, ସାନ ଜ୍ବାଇଁ ବିଶ୍ବରଞ୍ଜନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରାମ୍ଯ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏକ ମାତ୍ର ପୁତ୍ର ଭଗବାନ ବିଶ୍ବାଳ ମୁଖାଗ୍ନି ଦେଇ ଥିଲେ। ଛାତ୍ର ବତ୍ସଳ ଶିକ୍ଷକ ଭାବରେ ଶିକ୍ଷକତା ଜୀବନରୁ ଅବସର ନେଲାପରେ ପୁରୋହିତ କର୍ମରେ ନିଜକୁ ନିୟୋଜିତ କରି ଅଞ୍ଚଳରେ ବିଶିଷ୍ଟ କର୍ମ କାଣ୍ଡ ପଣ୍ଡିତ ଭାବରେ ସୁପରିଚିତ ଥିଲେ। ଜଣେ ସାମାଜିକ ମଣିଷ, ମିଷ୍ଟଭାଷୀ, ପରୋପକାରୀ ମଣିଷକୁ ହରାଇ ସାରା ରେଙ୍ଗାଲି ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି। ତାଙ୍କର ଅମର ଆତ୍ମା ପ୍ରତି ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ।

Leave A Reply

Your email address will not be published.