ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ର ସାମାଜିକ ଅନୁଷ୍ଠାନ ‘ଓଡ଼ିଶା ମୋ ପରିବାର’ ସମସ୍ତ ସାମାଜିକ କାର୍ଯ୍ୟ କୁ ସମଗ୍ର ରାଜ୍ୟରେ ତ୍ବରାନ୍ବିତ କରୁଅଛି।ଏହି ପରିପ୍ରେକ୍ଷୀରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ପ୍ଲାଟଫର୍ମ ରେ କୋଭିଡ୍ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଡ଼ଃ ରାୟ କହିଥିଲେ” ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଙ୍କ ଦିଗଦର୍ଶନ ରେ ବିଜୁ ଜନତା ଦଳ ର ସାମାଜିକ ପ୍ରତିବଦ୍ଧତା ଆଜି ସମଗ୍ର ଦେଶରେ ସାମାଜିକ ବିପ୍ଲବ ରେ ପରିଣତ ହୋଇପାରିଛି। ବିଜୁ ଯୁବ ଜନତା ଦଳ’ ଓଡ଼ିଶା ମୋ ପରିବାର’ ର ସମସ୍ତ ସାମାଜିକ କାର୍ଯ୍ୟ ଯଥା ଜୀବନ ବିନ୍ଦୁ ରକ୍ତଦାନ,ପ୍ଲାଜମା ସଂଗ୍ରହ,କୋଭିଡ୍ ସହାୟତା କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରିବ।ଏହି କୋଭିଡ୍ ପରିଚାଳନା ସମୀକ୍ଷା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ କହିଥିଲେ ଯେ ” କୋଭିଡ ୧୯ ର ପ୍ରଥମ ଏବଂ ଦ୍ବିତୀୟ ଲହର ସମୟରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଦୁରଦୃଷ୍ଟି ସମ୍ପନ୍ନ ନେତୃତ୍ବ ଆଧାର ରେ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲ ଠାରୁ ଆରମ୍ଭ କରି କୋଭିଡ୍ ଟିକାକରଣ ପର୍ଯ୍ୟନ୍ତ କୋଭିଡ୍ ପରିଚାଳନା କ୍ଷେତ୍ରରେ ଠିକ ସମୟରେ ଠିକ ନିଷ୍ପତ୍ତି ନେଇ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଛନ୍ତି”। ଏହି ଅବସରରେ ରାଜ୍ୟ ସରକାର ଙ୍କ ଦ୍ଵାରା ଗ୍ଲୋବାଲ ଅନଲାଇନ ଟେଣ୍ଡର ମାଧ୍ୟମରେ ୩କୋଟି ୮୦ ଲକ୍ଷ କୋଭିଡ ଟିକା କ୍ରୟ କରିବା ର କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଭୁୟସୀ ପ୍ରଶଂସା କରାଯାଇଥିଲା। ଏହି ସମୀକ୍ଷା ବୈଠକରେ ବିଜେଡି ଆଇ.ଟି ସଂଯୋଜକ ସୁବ୍ରତ ଛାଟୋଇ, ବିଜୁ ଯୁବ ଜନତା ଦଳ ର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ସୁଭେନ୍ଦୁ ମଙ୍ଗରାଜ, ବରିଷ୍ଠ ଉପସଭାପତି ଧୃତି ରଂଜନ ମାର୍ଥା, ଜ୍ୟୋସ୍ନାମୟୀ ପରିଡ଼ା, ରାଜ୍ୟ ସାଧାରଣ ସଂପାଦକ ଆଶିଷ ରଂଜନ ମିଶ୍ର,ତାରିଣୀ ପ୍ରସାଦ ନାୟକ ଙ୍କ ସମେତ ସମସ୍ତ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.