ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ନାବାଳକର କୌଣସି ଖୋଜ ଖବର ନାହିଁ

0

ପରିବାର ପକ୍ଷରୁ ଥାନାରେ ମାମଲା

ବାରିପଦା(ଦିଲ୍ଲୀପ ମହାନ୍ତି ):- ମୟୂରଭଞ୍ଜ ଜିଲ୍ଲାରେ ନିଯୁକ୍ତି ଅଥବା ରୋଜଗାରର କୌଣସି ସୁବିଧା ଦୁଯୋଗ ନ ଥିବାରୁ ଜିଲାର ଜନସାଧାରଣ କାମଧନ୍ଦା ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି । ଏହି ସମୟରେ ଗୁଜରାଟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନାବାଳକର କୌଣସି ଖୋଜ ଖବର ନାହିଁ । ଗୁଜୁରାଟ ଦାଦନ ଖଟିବାକୁ ଯାଇଥିବା ନାବାଳକ ଭାଇଙ୍କୁ ଫେରାଇ ଆଣିବା ପାଇଁ ଥାନାରେ ଏତଲା ଦେଲେ ପରିବାର ଲୋକେ । ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ବଡାମପୁର ଗ୍ରାମର ନାବାଳକ ଯୀଶୁ ବେହେରା ଦାଦନ ଖଟିବାକୁ ଦଲାଲମାନଙ୍କ ସାହାଯ୍ୟରେ ସୁଦୂର ଗୁଜୁରାଟ ରାଜ୍ୟକୁ ଯାଇଥିଲେ। ତେବେ ଦୀର୍ଘ ଦିନ ହେବ ନାବାଳକ ଜଣଙ୍କ ନିଜ ଘର ସହ ଯୋଗାଯୋଗରେ ନାହାନ୍ତି କି ପରିବାର ଲୋକେ ଯୀଶୁର କୌଣସି ଖୋଜ ଖବର ମଧ୍ୟ ପାଉନାହାନ୍ତି। ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ଜାମଶୁଳି ଅଞ୍ଚଳର ଘୋରଇ ଠିକାଦାର ମୁନା ଦାସ ଏବଂ ବଡାମପୁର ଗ୍ରାମ ର ଦଲାଲ ବିକାଶ ବେହେରା ଟଙ୍କା ଲୋଭ ଦେଖାଇ ଯୀଶୁ କୁ ସୁଦୂର ଗୁଜୁରାଟ ରାଜ୍ୟକୁ ଦାଦନ ଖଟାଇବା ପାଇଁ ନେଇଥିଲେ। ତେବେ ପରିବାର ଲୋକେ ଏ ନେଇ ରାସଗୋବିନ୍ଦପୁର ଥାନା ରେ ନାବାଳକ ଜଣଙ୍କୁ ଗୁଜୁରାଟ ରୁ ଉଦ୍ଧାର ପାଇଁ ଅଭିଯୋଗ କରିବା ସହ ଏତଲା ଦେଇଥିଲେ। ଦଲାଲ ଜଣଙ୍କ ଥାନାରେ ଦେଢ଼ ମାସ (୪୫) ଦିନ ମଧ୍ୟରେ ଯୀଶୁ କୁ ଖୋଜି ଆଣିଦେବେ ବୋଲି ଲିଖିତ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ବି ନାବାଳକ ଜଣଙ୍କ କୌଣସି ଖୋଜଖବର ମିଳୁ ନ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଯୀଶୁ ଙ୍କ ବଡଭାଇ ଜ୍ଞାନ ବେହେରା ପୁଣି ଥରେ ଥାନା ର ଦ୍ୱାରସ୍ଥ ହେବା ସହ ମୟୁରଭଞ୍ଜ ଆରକ୍ଷୀ ଅଧିକ୍ଷକ ଙ୍କୁ ଅଭିଯୋଗ କରିଛନ୍ତି।

 

Leave A Reply

Your email address will not be published.