ଶିକ୍ଷକଂକୁ କୋଭିଡ ଡ୍ୟୁଟି ସମାଜ ପାଇଁ ବୁମେରାଂ ହେବ !

0

ପଦ୍ମପୁର :ପଦ୍ମପୁର ଉପ ଜିଲ୍ଲାପାଳ କୋଭିଡ କାର୍ଯ୍ୟକ୍ରମରେ ଶିକ୍ଷକମାନଂକୁ ସାମିଲ କରିବା ପାଇଁ ବିଇଓ ମାଧ୍ୟମରେ ଚିଠି ପ୍ରେରଣ କରିଛନ୍ତି।ପ୍ରଧାନ ଶିକ୍ଷକ,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକମାନେ କୋଭିଡ କେୟାର ସେଣ୍ଟର,କୋଭିଡ କେୟାର ହସପିଟାଲରେ ଦୈନିକ ୮ ଘଣ୍ଟା ତଦାରଖ ଡ୍ୟୁଟି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସୂଚନା ଯୋଗ୍ୟ ଯେ,ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଶିକ୍ଷକମାନେ ମଇ ମାସରେ ଛାତ୍ର ଛାତ୍ରୀମାନଂକ ନାମଲେଖା କାମ ,ଉଚ୍ଚ ଶିକ୍ଷାପାଇଁ ସାର୍ଟିଫିକେଟ ପ୍ରଦାନ,ମଧ୍ୟାହ୍ନ ଭୋଜନ ଟଂକା ଛାତ୍ର ଛାତ୍ରୀ ଅଭିଭାବକ ଏକାଉଣ୍ଟରେ ପ୍ରେରଣ,ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ କାମ କରିବାକୁ ବାଧ୍ୟହେବେ।ଗତ ବର୍ଷ ଶିକ୍ଷକମାନେ କୋଭିଡ ଡ୍ୟୁଟି କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କୋଭିଡ ଯୋଦ୍ଧା ଭାବେ ଘୋଷଣା କରି ନାହାନ୍ତି। କରୋନା ସହ ଲଢିବା ପାଇଁ ପଦକ୍ଷେପ ନେଇ ନାହାନ୍ତି।ଶିକ୍ଷକମାନଂକୁ କରୋନା ଟୀକା ସହ ସୁରକ୍ଷା ପ୍ରଦାନ ନ କରି କୋଭିଡ ନିୟନ୍ତ୍ରଣ କାମରେ ନିୟୋଜିତ କଲେ ସମାଜ ପାଇଁ ବୁମେରାଂ ହେବ ।ତଦ୍ ସଂଗେ ସଂଗେ କରୋନା ସଂକ୍ରମଣର ମାଧ୍ୟମ ହେବେ ବୋଲି ଜୋର ଚର୍ଚ୍ଚା ଚାଲିଛି।

Leave A Reply

Your email address will not be published.