ପଦ୍ମପୁର : ରାଜବୋଡାସମ୍ବର ପଦ୍ମପୁର ବ୍ଲକ ବୁଡାମାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ସଂକ୍ରମଣର ଶୀକାର ହୋଇଥିବା ବ୍ୟକ୍ତିମାନେ ବିନା ମାସ୍କରେ ବୁଲୁଛନ୍ତି। ବର୍ତ୍ତମାନ ପୋଜିଟିଭ ସଂଖ୍ୟା ଛୟସ୍ତରୀ ହୋଇଥିବା ବେଳେ ବିଭିନ୍ନ କାରଣରୁ ତେର ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି। ସରପଞ୍ଚ ଚତୁର୍ଭୁଜ ମେହେର ,ୱାର୍ଡ଼ ସଭ୍ୟ ଭଗତ ପଟେଲ, ଗିରିଧାରୀ ରଣା, ଏଏନଏମ ସୁଚିତ୍ରା ବେହେରା, ଅଙ୍ଗନବାଡ଼ି କର୍ମୀ ବୀଣାପାଣି ସେଠ, ଆଶା ସୁରଭି ମାଝୀ ଗ୍ରାମରେ ସଚେତନ କଲେ ମଧ୍ୟ କଥାକୁ କେହି ଭୃକ୍ଷେପ କରୁନାହାନ୍ତି। ଏକଜିକ୍ଯୁଟିଭ ମାଜିଷ୍ଟ୍ରେଟ ଦୀପ୍ତିମୟୀ ଭୋଇ, ତହସିଲଦାର ସଞ୍ଜନ ସେଠ,ଏବିଡିଓ ସୋନୁ ବାଗ,ପୋଲିସ ସବ ଇନ୍ସପେକ୍ଟର , ସୋମ୍ଯ ରଞ୍ଜନ ପାତ୍ର ସହ ସ୍ଥାନୀୟ ଜନ ପ୍ରତିନିଧି ଘରକୁ ଘର ସଚେତନ କରିଥିଲେ । କୋଭିଡ ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ବ୍ୟାପକ ମାତ୍ରାରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂପୂର୍ଣ୍ଣ ଗ୍ରାମକୁ ସାନିଟାଇଜ କରାଯାଉ,ଗ୍ରାମରେ କୋଭିଡ ପରୀକ୍ଷା କରି ଔଷଧ ପ୍ରଦାନ କରାଯିବାକୁ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.