ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ହ୍ବାଟସଆପ କର୍ମଶାଳା

0

ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ହ୍ବାଟସଆପ କର୍ମଶାଳା ପଦ୍ମପୁର/NIla Deep – ପଦ୍ମପୁର ବିଜୁ ଜନତା ଦଳ  କାର୍ଯ୍ୟାଳୟ ଠାରେ ପୂର୍ବତନ ମନ୍ତ୍ରୀ ତଥା ବରଗଡ ଜିଲ୍ଲା ବିଜେଡ଼ି ସଭାପତି ବିଜୟରଞ୍ଜନ ସିଂ ବରିହା ଙ୍କ ଅଧ୍ୟକ୍ଷତାରେ ଏକ ହ୍ବାଟସଆପ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ରେ ବିଜେଡ଼ି ଦଳର ସୋସିଆଳ ମିଡିଆ ସଂଯୋଜକ ଶ୍ରୀଯୁକ୍ତ ନୀତିନ କିରନ୍ ଯୋଗଦେଇ ଉପସ୍ଥିତ ବିଜେଡ଼ି କର୍ମୀ ମାନଙ୍କୁ କିପରି ଭାବରେ  ହ୍ବାଟସଆପ ମାଧ୍ୟମରେ ବିଜୁ ଜନତା ଦଳ ସହିତ ଯୋଡ଼ି ହେବା ସହିତ ଓଡ଼ିଶାର ସରକାର ଙ୍କ ଯୋଜନା ସଂମ୍ପକରେ ଓ ତାର ସଫଳତା ବିଷୟ ରେ ଜାଣିପାରିବ  ସେ ସଂମ୍ପକରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏହି କର୍ମଶାଳାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ରାଜବୋଡାସମ୍ବର ,ପାଇକମାଳ,ଝାରବନ୍ଧ ତଥା ବିଜ୍ଞାପିତ ଅଂଚଳ ପରିଷଦ ର ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡ଼ି ନେତା ଗୋବିନ୍ଦ ପାଣିଗ୍ରାହୀ, ବିଜେଡ଼ି ଟାଉନ ସଭାପତି ନବ କିଶୋର ସାହୁ,ସାଂସଦ ପ୍ରତିନିଧି ପ୍ରଶାନ୍ତ ମହାନ୍ତି  ଝାରବନ୍ଧ ବ୍ଳକ ଅଧ୍ୟକ୍ଷ ବିଜୟ କେତନ ପଧାନ,ଝାରବନ୍ଧ ବିଜେଡ଼ି ବ୍ଳକ ସଭାପତି ଜତୀନ ହାତୀ ,ଚାଷୀ ନେତା ଗିରିଶ ଡନସନା ପ୍ରମୁଖ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.