ଲକ୍ ଡାଉନ୍ ପ୍ରଥମ ସପ୍ତାହରେ ୮୫ ହଜାର ଜରିମାନା ଆଦାୟ ।

0 2

ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା)  ଓଡ଼ିଶାରେ କରୋନା ଦୃତ ଗତିରେ କାୟା ବିସ୍ତାର କରିବାରୁ ରାଜ୍ୟ ସରକାର ଗତ ମଇ ୫ ତାରିଖ ଠାରୁ ଲକ୍ ଡାଉନ ଘୋଷଣା କରିଛନ୍ତି। ସହରାଞ୍ଚଳରେ ଶନିବାର ଓ ରବିବାର ଦୁଇଦିନ ସପ୍ତାହାନ୍ତ ସଟ୍ ଡାଉନ୍ ମଧ୍ୟ କାର୍ଯ୍ୟକାରୀ ହେଉଛି। ପ୍ରଶାସନ ପକ୍ଷରୁ ବିଭିନ୍ନ ଉପାୟରେ ଜନସାଧାରଣଙ୍କୁ ସଚେତନତା କଲେ ମଧ୍ୟ କେତକ ଅମାନିଆ ଆଇନ ଭଙ୍ଗ କରିବା ଯୋଗୁଁ ତଣ୍ଡ ଗଣୁଥିବା ଜଣାପଡ଼ିଛି। ଗତ ମଇ ୫ ତାରିଖ ଠାରୁ ମଇ ୧୧ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନର ପ୍ରଥମ ସପ୍ତାହରେ ଆଇନ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ମାନଙ୍କ ଠାରୁ ବୁଗୁଡା ପୋଲିସ ୮୫ ହଜାର ଟଙ୍କା ଜରିମାନା ଆଦାୟ କରିଥିବା ନେଇ ବୁଗୁଡା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି। ଯେଉଁମାନେ ମାସ୍କ ପିନ୍ଧିନଥିଲେ ଓ ସାମାଜିକ ଦୂରତା ରକ୍ଷା କରୁନଥିଲେ ସେମାନଙ୍କ ଠାରୁ ଏହି ଜରିମାନା ଅର୍ଥ ଆଦାୟ କରାଯାଉଥିବା ଜଣାପଡ଼ିଛି।

Leave A Reply

Your email address will not be published.