ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ମଇ ୧୨ ତାରିଖ ଦିନ ବୁଗୁଡା ସାମ୍ବାଦିକ ମାନଙ୍କୁ ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟିକାକରଣର ବ୍ୟବସ୍ଥା କରାଯାଇଥିଲା। ୪୫ ବର୍ଷରୁ କମ ବୟସ ସାମ୍ବାଦିକ ଉମାକାନ୍ତ ସାହୁ, ଆଶୀଷ କୁମାର ମିଶ୍ର, ସ୍ୱରୁପ ସୁମନ ମହାରଣା, ଶିବ ପ୍ରସାଦ ଦୋରା, ହରପ୍ରସାଦ ମହାପାତ୍ର, ପ୍ରକାଶ ମହାରଥ,ଓ ଲକ୍ଷ୍ମୀକାନ୍ତ ପାଣି ପ୍ରଥମ ଟିକା ଗ୍ରହଣ କରିଥିଲେ। ସେହିପରି ୪୫ ବର୍ଷରୁ ଉର୍ଦ୍ଧ୍ବ ଟିକାକରଣର ପ୍ରଥମ ଟିକା ଦେଇଥିବା ବେଳେ ଦ୍ଵିତୀୟ ଟିକା ବୁଗୁଡା ମିଡିଆ କ୍ଳବ ଉପଦେଷ୍ଟା କାଳୀ ଚରଣ ଦାଶ, ସଭାପତି ଅନିଲ ପଟ୍ଟନାୟକ ଓ ସମ୍ପାଦକ ପ୍ରଫୁଲ କୁମାର ପଟ୍ଟନାୟକ ଏବଂ ପ୍ରେସ ବ୍ଲକ ସହ ସମ୍ପାଦକ ହର ପ୍ରସାଦ ପାଢ଼ୀ (କାଳିଆ) ଗ୍ରହଣ କରିଥିଲେ। ବରିଷ୍ଠ ନାଗରିକ ଭାବେ ପ୍ରେସ କ୍ଳବ ଉପଦେଷ୍ଟା ବିଶ୍ୱମୋହନ ମିଶ୍ର, ସଭାପତି ଅନିଲ କୁମାର ମହାରଣା, ସମ୍ପାଦକ ଅଶୋକ ନନ୍ଦ,ଓ ଅଭୟ ପ୍ରସାଦ ପାଣିଗ୍ରାହୀ ଉଭୟ ପଥମ ଓ ଦ୍ଵିତୀୟ ଟିକା ନେଇଥିବା ବେଳେ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ ଦ୍ଵିତୀୟ ଦଫାରେ ମନୋରଞ୍ଜନ ଦାଶ ଓ କାହ୍ନୁ ଚରଣ ଖଟେଇ ପ୍ରଥମ ଟିକା ଦେଇଥିବା ବେଳେ ଦ୍ଵିତୀୟ ଟିକା ପାଇଁ ସମୟ ହୋଇ ନଥିବା ଯୋଗୁଁ ପରେ ଟିକାଦେବେ। ସେହିପରି ମନୋରଞ୍ଜନ ବେହେରା ଓ ତ୍ରିଲୋଚନ ପଣ୍ଡା ଅନ୍ୟତ୍ର ଚାଲିଯାଇଥିବା ଯୋଗୁଁ ଏବଂ ରୋହିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ଯୋଗୁଁ ଆଜି ତିନିଜଣ ସାମ୍ବାଦିକ ପ୍ରଥମ ଟିକା ଦେଇପାରି ନାହାଁନ୍ତି। ସେମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କିମ୍ବା ବିପିଏମ ଙ୍କ ସହ ଯୋଗାଯୋଗ କରି ଟିକା ଗ୍ରହଣ କରିବେ।
Sign in
Sign in
Recover your password.
A password will be e-mailed to you.