ଶିକ୍ଷକ ମାନଙ୍କୁ କରୋନା ଯୋଦ୍ଧା ଘୋଷଣା ଦାବିକଲା ରାଜ୍ୟ ଶିକ୍ଷକ ସଂଘ । 

0 1

ଭଦ୍ରକ:(ସତ୍ୟଭୂଷଣ ସ୍ବାମୀ) : ବର୍ତ୍ତମାନ କରୋନା ମହାମାରୀ ଲଢ଼େଇରେ ଏକ ନିର୍ଣ୍ଣାୟକ ଭୂମିକା ଆରମ୍ଭ ହୋଇଛି । ଏଥିରେ ସରକାରଙ୍କ ଅନେକ ବିଭାଗର କର୍ମଚାରୀ ମାନେ ଆଗ ଧାଡ଼ିର ଯୋଦ୍ଧା ସାଜିଥିବା ବେଳେ ଓଡ଼ିଶାର କାର୍ଯ୍ୟରତ ଶିକ୍ଷକମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । ଯୋଦ୍ଧା ଭାବେ ନିଜର କାର୍ଯ୍ୟ ତୁଲାଇ ଆସୁଛନ୍ତି । ରାଜ୍ୟର ସୀମାବର୍ତ୍ତି ଅଞ୍ଚଳ ମାନଙ୍କରେ ଜଗିବା ଠାରୁ ଆରମ୍ଭ କରି ସ୍ମସାନରେ ମଧ୍ୟ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଆସୁଛି। ବିଭିନ୍ନ ରେଳ ଷ୍ଟେସନରେ ୨୪ ଘଣ୍ଟିଆ କୋଭିଡ ଡ୍ୟୁଟି ମଧ୍ୟ କରୁଛନ୍ତି,ଫଳରେ ଅନେକ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଉ କିଛି ପ୍ରାଣ ହରାଉଛନ୍ତି। ଯାହା ଶିକ୍ଷକ ମାନଙ୍କ ପରିବାର ପାଇଁ ଚିନ୍ତାର ବିଷୟ ହୋଇଛି। 

ଏହାକୁ ନେଇ ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘର ସାଙ୍ଗଠନିକ ସଂପାଦକ ହାଜୀ ତଵରେଜ ଖାନ ,ଭଦ୍ରକ ଜିଲ୍ଲା ସଙ୍ଘର ସଭାପତି  ଅରବିନ୍ଦ ଦୀକ୍ଷିତ, ଶିକ୍ଷକ ନେତା ଜାବେଦ ଅଖତର ,ଶିକ୍ଷାବିତ ତଥା ନାରୀନେତ୍ରୀ ତାହେରା ଖାତୁନ ପ୍ରମୁଖ ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା ସହିତ ସେମାନଙ୍କୁ ଡ୍ୟୁଟି ସମୟରେ Mask, Sanitiser ଓ PPE kit ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ,ମୁଖ୍ୟ ସଚିବ,ଗଣଶିକ୍ଷା ବିଭାଗ ସଚିବ ଓ ଭଦ୍ରକ ଜିଲ୍ଲାପାଳଙ୍କୁ ଲିଖିତ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.