ପାନୀୟଜଳର ଅଭାବ ନେଇ ଉପଜିଲ୍ଲାପାଳଙ୍କ ନିକଟକୁ ଦ୍ବାରସ୍ଥ ହେଲେ ଫୁଲଫୁଟି ଗ୍ରାମ ବାସୀ

0 2

ଗୁଣୁପୁର (ସୁବ୍ରତ କୁମାର ପଣ୍ଡା) :ସରକାରଙ୍କ ମାଳ ମାଳ ଯୋଜନା ମଧ୍ୟରେ ପାନୀୟ ଜଳ ଯୋଗାଣ ଯୋଜନା ଅନ୍ୟତମ କିନ୍ତୁ ଏହି ଯୋଜନାରୁ ବଞ୍ଚିତ ଭିମପୁର ପଞ୍ଚାୟତ ଅନ୍ତର୍ଗତ ଫୁଲଫୁଟି ଗ୍ରାମ । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମ ରେ ଗୋଟିଏ ମାତ୍ର ନଳକୂପ ରହିଛି ତାହା ମଧ୍ୟ ଦୀର୍ଘଦିନ ଦିନ ହେବ ଖରାପ ହୋଇଥିବାଯୋଗୁଁ ଲୋକେ ଆଖପାଖରେ ଥିବା  କୂପ ଏବଂ ନଦୀ ଓ ନାଳ ରୁ ପାଣି ଆଣନ୍ତି ଯାହା ଫଳରେ ଲୋକଙ୍କୁ ହଇଜା ମିଳିମିଳା ବ୍ୟାପିବା ସମ୍ଭାବନା ଦେଖା ଦେଇଛି । ଏ ନେଇ ବାରମ୍ବାର ରାଜସ୍ୱ ନିରୀକ୍ଷକ, ଗୁଣୁପୁର ଗୋଷ୍ଠି ଉନ୍ନୟନ ଅଧିକାରୀ  ଏବଂ ତହସିଲଦାର ଙ୍କୁ ଯୋଗାଯୋଗ କରିଥିଲେ କିନ୍ତୁ ସମସ୍ୟା ର ସମାଧାନ ନ ହେବଯୋଗୁଁ ଆଜି ଉକ୍ତ ଗ୍ରାମ ର ସରପଞ୍ଚ ଙ୍କ ସହ ଗ୍ରାମବାସୀ ମାନେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଦ୍ୱାରସ୍ତ ହୋଇଥିଲେ କିନ୍ତୁ ଦୁଃଖର ବିଷୟ ଏହି କି ଯେ, କାର୍ଯ୍ୟଳୟ ଆଗରେ ଦୀର୍ଘ ସମୟ ଧରି ଠିଆ ରହିଥିଲେ ମଧ୍ୟ ସେମାନଙ୍କୁ କେହି ଜଣେ ହେଲେ ମଧ୍ୟ କର୍ମଚାରୀ ମାନେ ଦୁଃଖ ବୁଝିବକୁ ଆସି ନ ଥିଲେ । ଏଣୁ ନିରାଶ ହେଇ ଫେରିଲେ ଗ୍ରାମବାସୀ ।

Leave A Reply

Your email address will not be published.