ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମଙ୍ଗଳବାର ଦିନ ପୂର୍ବାହ୍ନରେ ଅଦିନିଆ କାଳବୈଶାଖୀ ଆସିବାରୁ ବର୍ଷା ଓ ପବନ ତାଣ୍ଡବରେ ଲୁହାଗୁଡ଼ି ଗ୍ରାମ ଠାରେ ରହିଥିବା ଦୋକାନ ଓ ଘରର ଟିଣ ଛପର ଉଡିଯିବା ସହ ଜାତୀୟ ରାଜପଥ ୩୨୬ ମୋହନା ଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଖପୁରିପଟା ନିକଟରେ ଏକ ବିଶାଳ ବଟବୃକ୍ଷ ପଡ଼ି ରାସ୍ତା ଅବରୋଧ ହୋଇଥିଲା । ଯାହା ଫଳରେ ପ୍ରାୟ ଏକ ଘଣ୍ଟା ଧରି ଯାତାୟତ ବାଧାପ୍ରାପ୍ତ ହେବା ସହ ଅତ୍ୟାବଶ୍ୟକ ସାମଗ୍ରୀ ନେଇଯାଉଥିବା ଯାନବାହାନ ଅଟକି ରହିଥିଲା। ଖବର ପାଇ ମୋହନା ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ରାସ୍ତାରୁ ହଟାଇ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post