ପୋଲସରା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ପୋଲସରାର “ସମାଜ” ପତ୍ରିକାର ପ୍ରତିନିଧି ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ଦାଶ(ବାପି) ୬୧ ବର୍ଷ ବୟସରେ ଶିତଳାପଲ୍ଲୀ ଟାଟା କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଇ ୧୦ ତାରିଖ ଭୋର ସାଢ଼େ ଦୁଇଟା ସମୟରେ ଆରପାରିକୁ ଚାଲିଯାଇଛନ୍ତି। ଗତ ଏପ୍ରିଲ ୨୯ ତାରିଖ ଦିନ କିଶୋର ବାବୁଙ୍କ କୋଭିଡ ଟେଷ୍ଟ ହୋଇଥିଲା। ମଇ ୩ ତାରିଖ ଦିନ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ପୋଲସରା ମେଡ଼ିକାଲ କୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା ପରେ ଅମ୍ଳଜାନ ସ୍ତର କମ୍ ଥିବାଯୋଗୁଁ ଅମ୍ଳଜାନ ଦିଆଯାଇଥିଲେ ମଧ୍ୟ ଅମ୍ଳଜାନ ସ୍ତର ବୃଦ୍ଧି ପାଇନଥିବା ବେଳେ ସେହିଦିନ ରିପୋର୍ଟ ପଜିଟିଭି ଆସିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ କିଶୋର ଚନ୍ଦ୍ର ଦାଶଙ୍କୁ ଶିତଳାପଲ୍ଲୀ ଟାଟା କୋଭିଡ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଇ ୧୦ ତାରିଖ ଭୋର ସାଢ଼େ ଦୁଇଟା ସମୟରେ ମୃତ୍ୟୁ ହୋଇଥିଲା। ସ୍ବର୍ଗତ ଦାଶଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.