ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର

0 2

ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗୀର ମହଙ୍ଗା ପଡ଼ିଲା ହସ୍‌ପିଟାଲ୍‌ ଭିତରେ ଲାଞ୍ଚ କାରବାର। ଜଣେ ଏସ୍‌ଡିଏମ୍‌ଓଙ୍କୁ ବଦଳି କରାଯାଇଥିବା ବେଳେ ଜଣେ ଆଟେଣ୍ଡାନ୍ସଙ୍କୁ ନିଲମ୍ବନ କରାଯାଇଛି। ଘଟଣା ଦୁଇଟି ବଲାଙ୍ଗୀର ଜିଲ୍ଲାର।ପାଟଣାଗଡ଼ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶ ଅପରେସନ୍‌ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବା ଓ କିଛି ଟଙ୍କା ପକେଟରେ ଭର୍ତ୍ତି କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା। ସେହିପରି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅସ୍ଥିଶଲ୍ୟ ବିଭାଗ ଓପିଡିର ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ର ଲାଞ୍ଚ ମାଗୁଥିବା ଭିଡିଓ ଭାଇରାଲ ହୋଇଥିଲା।ଏ ଦୁଇଟି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବଲାଙ୍ଗିର ସିଡିଏମ୍‌ଓ ଡାକ୍ତର ଭୀମ ସାହୁ କହିଛନ୍ତି, ପାଟଣାଗଡ଼ ଏସଡିଏମଓ ଡାକ୍ତର ବାଚସ୍ପତି ଦାସଙ୍କୁ ବଲାଙ୍ଗିର ଜିଲ୍ଲା ହସପିଟାଲକୁ ବଦଳି କରାଯାଇଛି। ତା’ସହିତ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଛି। ସେହିପରି ଆଟେଣ୍ଡାଣ୍ଟ ସଚୀକାନ୍ତ ମିଶ୍ରଙ୍କୁ କାର୍ଯ୍ୟରୁ ନିଲମ୍ୱନ କରାଯାଇଛି।

Leave A Reply

Your email address will not be published.