ବଲାଙ୍ଗୀର (ନିରୋଜ ମିଶ୍ର): ବଲାଙ୍ଗିର ଜିଲ୍ଲାରେ କାଳ ସାଜିଛି କରୋନା ରୋଗ । ଅନେକ ଲୋକଙ୍କ ଜୀବନ ନେଉଛି କରୋନା । ବିଶେଷ କରି କୋଭିଡ ଯୋଦ୍ଧାମାନେ କରୋନା ସଂକ୍ରମିତ ହୋଇ ଜୀବନ ହାରୁଛନ୍ତି । ଆଗଧାଡିରେ ରହି କରୋନା ବିରୋଧରେ ଯୁଦ୍ଧ କରୁଥିବା ମେଡିକାଲ ଷ୍ଟାଫ ମାନଙ୍କ ଜୀବନ ନେଉଛି କରୋନା । ବଲାଙ୍ଗିର ଜିଲ୍ଲା ଚୂଡାପାଲି ହସପିଟାଲରେ ଫାର୍ମାଶିଷ୍ଟ ଭାବରେ କାର୍ଯ୍ୟରତ ଦିବାକର ପରିଡାଙ୍କ ଜୀବନ ନେଇଛି କରୋନା ।ହସପିଟାଲରେ ଡ୍ୟୁଟି କରୁଥିବା ସମୟରେ ଗତ ସପ୍ତାହେ ତଳେ କରୋନା ସଂକ୍ରମଣର ଶିକାର ହୋଇଥିଲେ ଦିବାକର। ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲର କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନଙ୍କ ଅକ୍ଲାନ୍ତ ଉଦ୍ୟମ ସତ୍ତ୍ୱେ କୋଭିଡ ଯୋଦ୍ଧା ଦିବାକର ପରିଡାଙ୍କ ଜୀବନ ଦୀପ ଲିଭିଯାଇଛି । ମୃତ ପରିଡାଙ୍କ ଶବକୁ ହସପିଟାଲ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା ।ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ସି.ଡି.ଏମ.ଓ ଡାକ୍ତର ଭୀମ ସାହୁ ପ୍ରମୁଖ ଶ୍ରଦ୍ଧାଜଂଳୀ ପ୍ରଦାନ କରିଥିଲେ । ଓଡିଶା ଫାର୍ମାଶିଷ୍ଟ ଆସୋସିଏସନ ବଲାଙ୍ଗିର ଶାଖା ତରଫରୁ ମଧ୍ୟ ସ୍ୱର୍ଗତ ପରିଡାଙ୍କ ବିୟୋଗରେ ଶୋକସଭା କରାଯାଇଛି । ଦିବାକର ପରିଡା କରୋନାକୁ ଖାତିର ନକରି କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ଦିନରାତି କାମ କରିଥିଲେ । ଗାଁକୁ ଗାଁ ଯାଇ କରୋନା ସଂକ୍ରମିତ ରୋଗୀଙ୍କୁ ଚିହ୍ନଟ କରି ଚିକିତ୍ସା କରାଉଥିଲେ । ତାଙ୍କ ଵିୟୋଗରେ ଚୁଡାପାଳି ଅଂଚଳରେ ଶୋକର ଛାୟା ଖେଲିଯାଇଛି । ଲୋକଙ୍କ ଜୀବନ ରକ୍ଷା ପାଇଁ କୋଭିଡ ଯୋଦ୍ଧା ସାଜି ଜୀବନ ଦେବୁ ବୋଲି କହିଛନ୍ତି ଓଡିଶା ଫାର୍ମାଶିଷ୍ଟ ଆସୋସିଏସନର ବଲାଙ୍ଗିର ଶାଖାର କର୍ମକର୍ତ୍ତା ।
Sign in
Sign in
Recover your password.
A password will be e-mailed to you.