ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା)ସାରା ରାଜ୍ୟରେ ଏପ୍ରିଲ ୫ ତାରିଖ ହେଉଛି ଲକ୍ ଡ଼ାଉନର ପ୍ରଥମ ଦିନ। ପ୍ରଥମ ଦିନରେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦର ଦୁଇ ଅମାନିଆ ବ୍ୟବସାୟୀଙ୍କ ଦୁଇଟି ଦୋକାନ ସାତ ଦିନ ପାଇଁ ସିଲ୍ ହୋଇଥିବା ଜଣାପଡିଛି। ବୁଗୁଡା ଏନଏସିର ଦ୍ବାୟୀତ୍ୱରେ ଥିବା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଲକ୍ ଡାଉନର ପ୍ରଥମ ଦିନରେ ବୁଗୁଡା ଗସ୍ତରେ ଆସିଥିବା ବେଳେ କୋଭିଡ କଟକଣା ପାଇଁ କଠୋର ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଗତକାଲି କରୋନା ପଜିଟିଭି ସଂଖ୍ୟା ୩୧୦ ଛୁଇଁଥିବା ବେଳେ ଲକ୍ ଡାଉନ ନିୟମ କଡାକଡି ପାଳନ ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ଗତବର୍ଷର ତିକ୍ତ ଅନୁଭୂତିରୁ କରୋନାର ଦ୍ଵିତୀୟ ଲହର ଯେପରି ନବ୍ୟାପିବ ସେଥିପାଇଁ ସତର୍କତା ଅବଲମ୍ବନ କରାଯାଉଛି। ଉପଜିଲ୍ଲାପାଳଙ୍କ ଗସ୍ତ ବେଳେ ବୁଦ୍ଧଖୋଲ ଛକ ନିକଟରେ ଏକ ଦୋକାନ ଓ ବଜାର ମଧ୍ୟରେ ଏକ ଦୋକାନ ଲକ୍ ଡାଉନ ଆଇନକୁ ଅମାନ୍ୟ କରିଥିବା ଦେଖି ଦୁଇ ଦୋକାନକୁ ସିଲ କରିବାକୁ ନିର୍ଦ୍ଦଶ ଦେଇଥିଲେ। ଯାହା ଫଳରେ ଉପଜିଲ୍ଲାପାଳଙ୍କ ଉପସ୍ଥିତରେ ତେଜରାତି ଓ ଷ୍ଟେସନାରୀ ଦୁଇଟି ଦୋକାନକୁ ସାତ ଦିନ ପାଇଁ ସିଲ କରା ଯାଇଥିଲା। ଉପଜିଲ୍ଲାପାଳଙ୍କ ଗସ୍ତ ସମୟରେ ଉପଖଣ୍ଡ ପ୍ରସାରଣ ଓ ଗଣ ଯୋଗାଯୋଗ ଅଧିକାରୀ ଫକୀର ମୋହନ ମାଝୀ, ତହସିଲଦାର ସଂଗ୍ରାମ କେଶରୀ ଜେନା, କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post