ପାଉଣା ଛାଡ଼କଲା ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର

0 2

ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ଅନ୍ତର୍ଗତ କଳମ୍ବ ଗ୍ରାମରେ ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ  ଗତବର୍ଷ ଓ ଚଳିତ ଶିକ୍ଷା ବର୍ଷର କେତକ ପାଉଣା ଛାଡ କରାଯାଇଥିବା ଅଧ୍ୟକ୍ଷା ରଶ୍ମିରେଖା ସାହୁ ପ୍ରକାଶ କରିଛନ୍ତି। କଳମ୍ବ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପରିଚାଳନା କମିଟିର ନିଷ୍ପତ୍ତି ପ୍ରକାରେ କରୋନା ସଂକ୍ରମଣ ଯୋଗୁଁ ଗତ ବର୍ଷ ଠିକ୍ ଭାବେ ଶିକ୍ଷାଦାନ ହୋଇ ପାରିନଥିବା ଯୋଗୁଁ ସମସ୍ତ ଛାତ୍ରଛାତ୍ରୀଙ୍କ ଗତ ଶିକ୍ଷାବର୍ଷର ସ୍କୁଲ ଫିସ ଛାଡ କରାଯାଇଛି। ସେହିପରି ଚଳିତ ବର୍ଷର ପୁନଃ ପ୍ରବେଶିକା ପାଉଣା ଓ ନୂତନ ପ୍ରବେଶିକା ପାଉଣା ମଧ୍ୟ ସମ୍ପୂର୍ଣ୍ଣ ଛାଡ଼ କରାଯାଇଥିବା ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି। ଏହି ପ୍ରକାର ନିଷ୍ପତ୍ତିକୁ ଅଭିଭାବକ ବୃନ୍ଦ ସ୍ୱାଗତ କରବା ସହ ଅଧ୍ୟକ୍ଷା ଓ ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.