ବୁଗୁଡା(ଡ଼ଃ.କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ଚିକିତ୍ସକ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ନୋଡାଲ ଅଫିସର ଥିବା ବେଳେ ସମଗ୍ର ବୁଗୁଡା ଅଞ୍ଚଳକୁ ୬ ଟି ସେକ୍ଟରରେ ବିଭକ୍ତ କରି ପ୍ରତ୍ୟେକ ସେକ୍ଟରରେ ଏକ କିମ୍ବା ଏକାଧିକ ଡାକ୍ତରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି। ବୁଗୁଡା ଏନଏସି ପାଇଁ ଡାକ୍ତର ସାର୍ଥକ ସଂକେତ ବିଶ୍ୱାଳ, ଡାକ୍ତର ଚିନ୍ମୟୀ ସାମନ୍ତରା ଓ ଡାକ୍ତର ହିମାଂଶୁ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଆଶା କର୍ମୀ ଓ ମେଡ଼ିକାଲ କର୍ମଚାରୀ ବୃନ୍ଦ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ କାନସୁକା ସେକ୍ଟର ଦାୟିତ୍ୱରେ ଡାକ୍ତର ମନୋରଞ୍ଜନ ନାୟକ ଓ ଡାକ୍ତର ପଦାରବିନ୍ଦ ଷଡଙ୍ଗୀ, ମାଣିତରା ସେକ୍ଟରରେ ଡାକ୍ତର ଦୁର୍ଗା ପ୍ରସାଦ ବିଶ୍ୱାଳ, ବାଲିପଦର ସେକ୍ଟରରେ ଡାକ୍ତର କବିତା ଦାଶ, ଓ କରଚୁଲି ସେକ୍ଟରରେ ଡାକ୍ତର ପ୍ରତିଶ ରଞ୍ଜନ ସାହୁଙ୍କ ନେତୃତ୍ୱରେ ଆଶା କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ବୃନ୍ଦ ଘରକୁ ଘର ବୁଲି ଏପ୍ରିଲ ୨୧ ତାରିଖ ଠାରୁ ଥର୍ମାଲ ସ୍କାନି ଓ ପଲସ ଅକ୍ସୀମିଟର ଚେକିଂ କରି ସନ୍ଦେହ ଘେରକୁ ଆସୁଥିବା ବ୍ୟକ୍ତିମାନଙ୍କୁ କୋଭିଡ ଟେଷ୍ଟିଙ୍ଗ ପାଇଁ ଅନୁମୋଦନ କରୁଛନ୍ତି। ଏପ୍ରିଲ ୨୯ ତାରିଖ ଦିନ ୬୦୧ ଜଣ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିବା ବେଳେ ୬ ଜଣଙ୍କ ନାମ କୋଭିଡ ଟେଷ୍ଟ ପାଇଁ ଅନୁମୋଦନ କରାଯାଇଛି। ଏହି ଛଅ ଜଣଙ୍କ ମଧ୍ୟରୁ ଯଦି କାହାର ପଜିଟିଭି ବାହାରେ ତେବେ ସ୍ଥିତ ଅନୁଯାଇ ହୋମ କ୍ୱାରେଣ୍ଟଇଜ୍ କିମ୍ବା କୋଭିଡ଼ି କେନ୍ଦ୍ରରେ ରହିବାକୁ ପଡିବ। ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟରେ ଯୋଗ ଦେବାକୁ ଅଙ୍ଗନୱାଡି କର୍ମୀମାନଙ୍କୁ ନିର୍ଦ୍ଦେଶ ଥିଲେ ମଧ୍ୟ ଗତ ବର୍ଷର ପ୍ରାପ୍ୟ ଅର୍ଥ ଓ ମୃତ୍ୟୁ ବରଣ କରିଥିବା କର୍ମୀଙ୍କ ସାହାଯ୍ୟ ଅର୍ଥ ମିଳିନଥିବା ଯୋଗୁଁ ସେମାନେ ସହଯୋଗ କରୁନଥିବା ଯୋଗୁଁ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଆଗେଇ ପାରୁନାହିଁ। ଫଳରେ ଜିଲ୍ଲା ପ୍ରଶାସନ ଯେଉଁ ଉଦ୍ଦେଶ୍ୟ ନେଇ ଘରକୁ ଘର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯୋଜନା କରିଛନ୍ତି, ତାହା ବିଳମ୍ବ ହେଉଥିବା ଯୋଗୁଁ ସୁଫଳ ମିଳି ପାରିବ ନାହିଁ।
Sign in
Sign in
Recover your password.
A password will be e-mailed to you.