ବୁଗୁଡା (ଡ଼ଃ.କୁମୁଦ ଚନ୍ଦ୍ର ବେହେରା); ଗତକାଲି ବୁଗୁଡା ସହରର ୫ ନମ୍ବର ୱାର୍ଡ କଣ୍ଟେନମେଣ୍ଟ ଜୋନ ଭାବେ ସନ୍ଧ୍ୟାରେ ଘୋଷଣା ହୋଇଥିବା ବେଳେ ସେହି ୫ ନମ୍ବର ୱାର୍ଡର ୪୫ ବର୍ଷର ଜଣେ କରୋନା ପଜିଟିଭି ଚିହ୍ନଟ ବ୍ୟବସାୟୀ ହୋମ୍ କ୍ବାରାଣ୍ଟଇନ ଥିବା ବେଳେ ରାତ୍ର ପ୍ରାୟ ଦୁଇଟା ସମୟରେ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବୁଗୁଡା ମେଡ଼ିକାଲକୁ ଆସି ଥିବା ବେଳେ ମୃତ୍ୟୁ ବରଣ କରିଥିଲେ। ବହୁ ସମୟ ଧରି ଶବ ମେଡ଼ିକାଲ ରେ ରହି ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରିବା ପରେ ବୁଗୁଡ଼ାରେ ଶବ ଦାହ କରାଯାଇଥିଲା। ଯାହା ଫଳରେ ବୁଗୁଡା ମେଡ଼ିକାଲକୁ ତିନିଦିନ ପାଇଁ ବନ୍ଦ ରଖାଯାଇଛି। ଏଥିସହ ଏକ ବ୍ୟାଙ୍କ ର ଏକାଧିକ କର୍ମଚାରୀ ପଜିଟିଭି ଚିହ୍ନଟ ହୋଇଥିବା ବେଳେ ବ୍ୟାଙ୍କ ମଧ୍ୟ ବନ୍ଦ ରହିଛି। ଆଜି ବୁଗୁଡା ଏନଏସି ପକ୍ଷରୁ ଦମକଳ ବାହିନୀ ସହଯୋଗରେ ବୁଗୁଡା ସହରର ମୁଖ୍ୟ ସଡକ ସମେତ ବିଭିନ୍ନ ସାହିକୁ ସାନିଟାଇଜର କରାଯାଇଛି। ଗତ କାଲିଠାରୁ ଅପରାହ୍ନ ୨ ଟା ଠାରୁ ସକାଳ ୫ ଟା ପର୍ଯ୍ୟନ୍ତ ଲକ୍ ଡାଉନ ମଇ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଛି।
Sign in
Sign in
Recover your password.
A password will be e-mailed to you.
Prev Post