ବୁଗୁଡା (ଡ଼ଃ. କୁମୁଦ ଚନ୍ଦ୍ର ବେହେରା) ବାଲିପଦରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା, ସାହିତ୍ୟ, କଳା, ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ୱର” ପକ୍ଷରୁ ଆୟୋଜିତ ୯୮ ତମ ପୂର୍ଣ୍ଣିମା ସାହିତ୍ୟ ଆସରରେ ସାମ୍ବାଦିକ ତଥା ଅନୁଷ୍ଠାନ ର ସମ୍ପାଦକ ସ୍ୱର୍ଗତ ରତ୍ନାକର ମହାରଣାଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠାନର ବାଲିପଦର ସ୍ଥିତ କାର୍ଯ୍ୟାଳୟରେ ସଙ୍ଗଠନର ସଭାପତି ଡ଼ଃ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଏପ୍ରିଲ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ସ୍ବର୍ଗତ ରତ୍ନାକର ମହାରଣାଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବି ଅନନ୍ତ କର, ଅଜିତ କୁମାର ତ୍ରିପାଠୀ, ପୂର୍ଣ୍ଣଚନ୍ଦ୍ର ଭୋଳ, ଜି.ରାଜେଶ୍ୱର ପାତ୍ର, ସମିତି ସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ନାରାୟଣ ସାମନ୍ତରା, ଖଲି ପରିଡା ପ୍ରମୁଖ ବହୁ ସଦସ୍ୟ ସ୍ବର୍ଗତ ରତ୍ନାକର ମହାରଣାଙ୍କ ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ୯୮ ତମ ପୂର୍ଣ୍ଣିମା ଆସାରରେ ସ୍ବର୍ଗତ ରତ୍ନାକର ବାବୁଙ୍କ ସମ୍ମାନାର୍ଥେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିଲା।
Sign in
Sign in
Recover your password.
A password will be e-mailed to you.