୧୦୪ ଓ ୧୯୨୯ ସହାୟତା ନମ୍ବରକୁ ସମନ୍ୱିତ କରାଯାଇଛି- ଅନୁ ଗର୍ଗ

0 2

 କୋଭିଡ୍  ହେଲ୍ପ୍ ଲାଇନ୍  ପରିଚାଳନା ସଂପର୍କିତ ସମନ୍ୱୟ ବୈଠକ 

ଭୁବନେଶ୍ୱର : ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ତଥା  ରାଜ୍ୟ ଜଳ ସମ୍ପଦ  ବିଭାଗ ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବି.ଏମ୍.ସିର କୋଭିଡ୍ ସହାୟତା ନମ୍ବର ୧୯୨୯ ଏବଂ ସ୍ୱାସ୍ଥ୍ୟ ବିଭାଗର  ସହାୟତା ନମ୍ବର ୧୦୪ ର ସମନ୍ୱିତ  ପରିଚାଳନା ନେଇ  ଦାୟିତ୍ୱରେ ଥିବା ବରିଷ୍ଠ  ଅଧିକାରୀମାନଙ୍କ ସହିତ ଆଲୋଚନା କରି ପରିସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ଆବଶ୍ୟକ ପରାମର୍ଶ  ଦେଇଛନ୍ତି । ଏହି ଦୁଇ ନମ୍ବର ଦୁଇଟିକୁ ସମନ୍ୱିତ କରାଯାଇଥିବା ଜଣାଯାଇଛି,ଯଦ୍ୱାରା କି ଜନସାଧାରଣ ଜାଣିବାକୁ ଚାହୁଁଥିବା କୋଭିଡ୍ ସମ୍ପର୍କିତ ସହାୟତା ସୂଚନା  ସହଜରେ  ମିଳି ପାରୁଛି  ।  

          ସୂଚନା ଯୋଗ୍ୟ ଯେ, ଜନସାଧାରଣଙ୍କୁ କୋଭିଡ୍ ସମ୍ପର୍କିତ ସହାୟତା ସୂଚନା ପ୍ରଦାନ  ନେଇ ଏହି ଦୁଇ ନମ୍ବର ୨୪ ଘଣ୍ଟିଆ କାର୍ଯ୍ୟ କରୁଛି ।  ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତିଙ୍କୁ କୋଭିଡ୍ ଡାକ୍ତରଖାନା ନେବା ସଂପର୍କିତ ସୂଚନା,  କୋଭିଡ୍ ପରୀକ୍ଷା କେନ୍ଦ୍ର, କୋଭିଡ୍ ଟୀକାକରଣ କେନ୍ଦ୍ର, ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କୋଭିଡ୍ ସଂକ୍ରମିତ  ରୋଗୀ, ହୋମ୍ ଆଇସୋଲେସନରେ ରହୁଥିବା ରୋଗୀଙ୍କୁ ସହାୟତା ସମ୍ପର୍କିତ ସୂଚନା, ବିଏମସିର ରାରପିଡ ଆକ୍ସନ୍ ଟିମ୍, ଜୋନ୍ ସ୍ତରୀୟ ଅଧିକାରୀଙ୍କ ସମ୍ପର୍କିତ ବିଶଦ୍ ସୂଚନା ଏହି ସହାୟତା କେନ୍ଦ୍ରରେ ମିଳିପାରୁଛି ।  ୧୯୨୯ ସହାୟତା କେନ୍ଦ୍ରରେ ୭ ଜଣ ଡାକ୍ତର, ୩୮ ଜଣ କଲ୍ ଏକ୍ଜିକ୍ୟୁଟିଭ୍, ୬ ଜଣ  ତଦାରଖକାରୀ ଅଧିକାରୀ ନିୟୋଜିତ ହୋଇଥିବା ବେଳେ ୧୦୪ ସହାୟତା କେନ୍ଦ୍ରରେ ୮ ଜଣ ଡାକ୍ତର, ୪୬ ଜଣ ପରାମର୍ଶଦାତା ନିୟୋଜିତ ଅଛନ୍ତି । ଆଉ ୭ ଜଣ ଡାକ୍ତର ଓ ୨୦ ଜଣ ପରାମର୍ଶ ଦାତା ଏହି କେନ୍ଦ୍ରରେ  ନିୟୋଜିତ ହେବେ ବୋଲି ବୈ÷ଠକରୁ ଜଣାଯାଇଛି ।  

          ପ୍ରକାଶ ଥାଉକି, ପ୍ରତିଦିନ ୧୯୨୯ ଏବଂ ୧୦୪ କଲ୍ ସେଣ୍ଟର ଦ୍ୱାରା  କୋଭିଡ୍ ସଂପର୍କିତ ସୂଚନା ପାଇଁ ବା କୋଭିଡ୍ ପରିଚାଳନା ସଂପର୍କିତ ପାଖାପାଖି ୧୦ ହଜାର କଲ୍ ଗ୍ରହଣ କରାଯାଉଛି ବା ସେଣ୍ଟରରୁ  କଲ୍ କରାଯାଉଛି । ଜରୁରୀ ଆବଶ୍ୟକତା ରହିଥିବା ରୋଗୀଙ୍କୁ ଡାକ୍ତରଖାନା ନେବା ପାଇଁ ଡାକ୍ତରଖାନା କର୍ତୃପକ୍ଷ  ଓ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବା ନିମନ୍ତେ  ଭୁବନେଶ୍ୱର ମହାନଗର ନିଗମ ଓ କ୍ୟାପିଟାଲ ହସ୍ପିଟାଲରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି ।  ରୋଗୀଙ୍କୁ ଶୀଘ୍ର ସ୍ଥାନାନ୍ତରିତ କରିବା ପାଇଁ  ୪୪ଟି ଆମ୍ବୁଲାନ୍ସ ସହରର ବିଭିନ୍ନ ସ୍ଥାନ ପାଇଁ ମୁତୟନ ରହିଛି । ତନ୍ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ପାଇଁ ୨୪ଟି ଆମ୍ବୁଲାନ୍ସ ରହିଥିବା ବେଳେ ପଟିଆ ଆପେଗ୍ରେଡେଡ଼  ସି.ଏଚ୍,ସି ପାଇଁ ୪ଟି, ଡୁମୁଡୁମା ୟୁ. ସି.ଏଚ୍,ସି ପାଇଁ ୪, ବି.ଏମ୍.ସି.ଅଫିସ୍  ପାଇଁ ୦୪, ବି.ଏମ୍.ସି ଜୋନ୍ ଅଫିସ୍ ଉତର ପାଇଁ ୦୨ଟି, ଦକ୍ଷିଣ ଜୋନ୍ ପାଇଁ -୨ଟି, ଦକ୍ଷିଣ-ପଶ୍ଚିମ ଜୋନ୍ ପାଇଁ ୦୨ଟି, ଦକ୍ଷିଣ ପୂର୍ବ ଜୋନ୍ ପାଇଁ ୨ ଟି କରି ଆମ୍ବୁଲାନ୍ସ ମୁତୟନ ରହିଛି । ଆମ୍ବୁଲାନ୍ସ ଗୁଡିକରେ ଅକ୍ସିଜେନ୍ ସୁବିଧା ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ ଜନସାଧାରଣଙ୍କୁ ଏହି କଲ୍ ସେଣ୍ଟର ଦ୍ୱୟର ପରିଚାଳନା ନେଇ ଆଶ୍ୱସ୍ତ ହେବା ସହ ଏହି  କଲ ସେଣରରୁ କିପରି  ସେମାନେ ସଠିକ୍ ଭାବେ ସହାୟତା ନେଇପାରିବେ, ତାହାର  ସୁପରିଚାଳନା ନେଇ ଆଶ୍ୱସ୍ତ ରହିବାକୁ  କୋଭିଡ୍ ପର୍ଯ୍ୟବେକ୍ଷକ ଶ୍ରୀମତୀ ଗର୍ଗ  ଏହି  ପରିପ୍ରେକ୍ଷୀରେ ପ୍ରକାଶ କରିବା ସହିତ  କଲ ସେଣ୍ଟର ଗୁଡିକର ସୁବିଧା ନେବାକୁ ଅନୁରୋଧ କରିଛନ୍ତି । 

       ଭର୍ଚୁୁଆଲ ବ୍ୟବସ୍ଥାରେ ଅନୁଷ୍ଠିତ  ଏହି ବୈଠକ ଇଲେକ୍ଟେ୍ରାନିକ୍ସ ଓ ଆଇ.ଟି କମିଶନର ତଥା ଶାସନ ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଶ୍ରମ ଆୟୁକ୍ତ ଡଃ. ଏନ୍.ଥିରୁମାଲା ନାଏକ, ବି.ଏମ୍.ସି କମିଶନର ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ  ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

Leave A Reply

Your email address will not be published.