ବୁକୁରାମୁଣ୍ଡା ସିଏଚସିରେ ପର୍ଯ୍ୟାପ୍ତ ପରିମାଣରେ କରୋନା ଟେଷ୍ଟିଙ୍ଗ କିଟ ଯୋଗାଇଦେବା ଦାବିରେ ବୀର ସାବରକର ଯୁବକ ସଂଘ ପକ୍ଷରୁ ଦାବୀପତ୍ର

0 3

ପଦ୍ମପୁର(ଶାସକପ୍ରଶାସକ)-ସଂପ୍ରତି ଦ୍ୱିତୀୟ ଲହର କରୋନା ମହାମାରୀ ରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ରେ ତାର କାୟା ବିସ୍ତାର ପ୍ରବଳ ରୁ ପ୍ରବଳତର ଭାବେ କରିବାରେ ଲାଗିଛି lହେଲେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନିର୍ଭର କରୁଥିବା ସରାଇକେଲା ଗ୍ରାମ ପଞ୍ଚାୟତ,ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ,ଟେମରୀ ଗ୍ରାମପଞ୍ଚାୟତ,ବାଦିକଟା ଗ୍ରାମପଞ୍ଚାୟତ ଏବଂ ଛତିଶଗଡ଼ ସୀମାକୁ ଲାଗିଥିବା ଚର୍ଦାପାଲି ଗ୍ରାମପଞ୍ଚାୟତ ର ଅଧିବାସୀ ଙ୍କୁ ସରକାର ଉପେକ୍ଷା କରୁଥିବାରୁ ଜଣାଯାଏ lକାରଣ ଏଠାରେ ଏତେ ବିକଟାଳ ଭାବେ ହୁତୁହୁତୁ ହୋଇ ମାଡିଚାଲିଥିବା କରୋନା ସଂକ୍ରମିତ ଙ୍କ ପାଇଁ ବୁକୁରାମୁଣ୍ଡା ଡାକ୍ତରଖାନା ରେ କରୋନା ଟେଷ୍ଟ ର ସୁବିଧା ନାହିଁ lଯଦ୍ୱାରା ଅଜଣା ଭାବେ ଅନେକ ରୋଗୀ ମୃତ୍ୟୁ ମୁଖର ଶିକାର ହେଲେଣି lଏ ଅଞ୍ଚଳ ର ମୁଖ୍ୟ ଡାକ୍ତରଖାନା ଭାବେ ପରିଚିତ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଜିଲ୍ଲା ପ୍ରଶାସନ ସଦା ସର୍ବଦା ଦେଖିଚାଲିଛନ୍ତି lଏଭଳି ସଙ୍କଟାପନ୍ନ ପରିସ୍ଥିତି ରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପର୍ଯ୍ୟାପ୍ତ ପରିମାଣ ରେ କୋଭିଡ ଟେଷ୍ଟ କିଟ୍ ଯୋଗାଇ ଅତିଶିଘ୍ର ଅଗଣିତ ଜନସାଧାରଣ ଙ୍କ ବହୁମୂଲ୍ୟ ଜୀବନ କୁ ବଞ୍ଚାଇବାରେ ସହାୟକ ହୁଅନ୍ତୁ ବୋଲି ବୁକୁରାମୁଣ୍ଡା ସି.ଏଚ.ସି ମେଡିକାଲ ଅଫିସର ଙ୍କ ଜରିଆରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି lଦାବୀପତ୍ର ପ୍ରଦାନ ସମୟ ରେ ବୀର ସାବରକର ଯୁବକ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ପରିଲକ୍ଷିତ କରାଯାଇଥିଲା l

Leave A Reply

Your email address will not be published.